ବାଲେଶ୍ବର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଦିନିକିଆ ବାଲେଶ୍ବର ଗସ୍ତରେ ଆସିଥିଲେ। ଦିନ ପ୍ରାୟ ୨ଟା ୧୫ ମିନିଟ୍‌ରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ଶ୍ରୀ ପଣ୍ଡା ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ସହର ଉପକଣ୍ଠ ସୁଲଗ୍ନା କଲେଜ ନିକଟ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଅନ୍ୟ ନେତୃବୃନ୍ଦ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ଜେଲରୋଡ୍‌ସ୍ଥିତ ବିଜେପି ସଦର କାର୍ଯ୍ୟାଳୟକୁ ଯାଇ ପୂର୍ବତନ ବିଧାୟକ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରେ ଶ୍ରୀ ପଣ୍ଡା ସୁଏଲପୁରସ୍ଥିତ ସ୍ବର୍ଗତ ଦତ୍ତଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀ ପ୍ରେମଲତାଙ୍କୁ ଭେଟିବା ସହ ସ୍ବର୍ଗତ ଦତ୍ତଙ୍କ ପୁଅ ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ ଓ ତାଙ୍କ ପତ୍ନୀ ସୂର୍ଯ୍ୟତନୟାଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଅପରାହ୍ନ ୩ଟାରେ ସହଦେବଖୁଣ୍ଟାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ କିଛି ସମୟ ଅନୌପଚାରିକ ଆଲୋଚନ‌ା ପରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ଭୁବ‌ନେଶ୍ବର ଫେରିଯାଇଥିଲେ।

ଶ୍ରୀ ପଣ୍ଡାଙ୍କ ଗସ୍ତ ଅବସରରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ବରଚନ୍ଦ୍ର ବେହେରା ଓ ସୁନୀଲ କର, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, କମଳା ବିନ୍ଧାଣୀ, କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, କମଳଲୋଚନ ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସମରଶଙ୍କର କାନୁନଗୋ, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସ୍‌ଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଏସ୍‌ସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଶାନ୍ତନୁ ପଟ୍ଟନାୟକ, ସୁଶାନ୍ତ କୁମାର ବେରା, ନାରାୟଣ ମହନ୍ତ, ଦମୟନ୍ତୀ ବାଗ, ଅଭିଲିପ୍ସା ନାୟକ, ସଞ୍ଜୁକ୍ତା ମହାପାତ୍ର, ସୁସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

The post ହେଲିକପ୍ଟରରେ ଆସି ମାନସଙ୍କୁ ଆଶୀର୍ବାଦ ଦେଲେ ବୈଜୟନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3nJwMre