ରାଉରକେଲା: ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସର ଚଢ଼ଉ ଜାରି ରହିଛି। ଏହି କ୍ରମରେ ଆଜି ବନ୍ଧମୁଣ୍ଡା ମଙ୍ଗଳବଜାର ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଘରେ ଦେଶୀ ମଦ ତିଆରି କରି ବିକ୍ରି କରୁଥିବାବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜଗନ୍ନାଥ ଓରାମ, ଚନ୍ଦ୍ରା ବାହାଦୂର, ବିଚ୍ଛା ଓରାମ, ବିନୋଦ କେର୍କେଟା ଓ ମାଦୁ ଓରାମ। ଅଭିଯୁକ୍ତମାନଙ୍କଠାରୁ ୩୭୦ ଲିଟର ଦେଶୀ ମଦ ଜବତ ହୋଇଛି। ଅବକାରୀ ସୁପରିଟେଣ୍ଡେଣ୍ଟ୍‌ ଶେଖ୍‌ ଅଶ୍ରଫ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଚଢ଼ଉବେଳେ ଅବକାରୀ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ରମାକାନ୍ତ ଚାନ୍ଦଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

The post ୩୭୦ ଲିଟର ଦେଶୀ ମଦ ଜବତ, ୫ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3FLYHgu