
ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ-ପଣ୍ତୁଆ ରାସ୍ତାରେ ଆଜି ସନ୍ଧ୍ୟାରେ ବାଇକ୍ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଣ୍ତୁଆ ଗ୍ରାମର ରଣଜିତ୍ ଚକ୍ର (୪୬)। ରଣଜିତ୍ ସାଇଁକୁଳ ବଜାରରେ ଥିବା ଦୋକାନ ବନ୍ଦ କରି ସନ୍ଧ୍ୟା ସାଢ଼େ ୮ଟାବେଳେ ଗାଁକୁ ସାଇକଲରେ ଫେରୁଥିଲେ। ପଛପଟୁ ଏକ ବାଇକ୍ରୁ ଆସୁଥିବା ସାଇଁକୁଳର ଜଗନ୍ନାଥ ପଣ୍ଡା ତାଙ୍କୁ ଧକ୍କା ଦେବାରୁ ଉଭୟ ଛିଟିକି ପଡ଼ିଥିଲେ। ସ୍ଥାନିୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରଣଜିତଙ୍କୁ ମୃତ ଘୋଷଣା କରିଥିଲେ। ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
The post ବାଇକ୍ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/31agiA3
0 Comments