ବଲାଙ୍ଗୀର : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଆଜି ଅଭିନବ ଉପାୟରେ ଆନ୍ଦୋଳନ କରିଛି ବଲାଙ୍ଗୀର ଜିଲ୍ଲା କଂଗ୍ରେସ। ପାଟଣାଛକଠାରେ ଫାଶୀଖୁଣ୍ଟ କରାଯାଇ ସର୍ବସମ୍ମୁଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକାକୁ ଜିଲ୍ଲା କଂଗ୍ରେସ ଫାଶୀ ଦେଇଥିଲା।

ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଆସନ୍ତାକାଲି କଂଗ୍ରେସ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇ ସମସ୍ତେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦକୁ ସମର୍ଥନ କରିବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି।

The post ଜିଲ୍ଲା କଂଗ୍ରେସର ଅଭିନବ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/30hFbsR