ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବିଶ୍ୱନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ଗାଡି ଧକ୍କାରେ ମୃତ୍ୟୁ ଘଟିଛି। ମୃତକ ‌ହେଲେ କୁଞ୍ଜବିହାରୀ ବାରିକ(୬୭)। ମଙ୍ଗଳବାର ସନ୍ଧ୍ୟାରେ କୁଞ୍ଜ ବିଶ୍ୱନାଥପୁର ବଜାରରୁ ଘରକୁ ଚାଲିଚାଲି ଯାଉଥିଲେ। ସରଦେଇପୁର ନିମାପଡା ରାସ୍ତାର ମା’ ଦକ୍ଷିଣେଶ୍ୱରୀଙ୍କ ମନ୍ଦିର ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୁଧବାର ପରିବାର ତରଫରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଉପସ୍ଥିତିରେ ଶବ ବ୍ୟବଛେଦ କରାଯିବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ କହିଛନ୍ତି। ତେବେ ତାଙ୍କୁ କେଉଁ ଗାଡ଼ି ଧକ୍କା ଦେଇଛି ତାହା ଜଣାପଡ଼ିନାହିଁ।

The post ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3bZ0x0u