
ବଲାଙ୍ଗୀର: ପ୍ରଥମେ ଫ୍ରେଣ୍ଡସିପ୍। ତାପରେ ଚାଟିଂ। ଚାଟିଂ ପରେ ଭିଡିଓ କଲିଂରେ ଅନ୍ଲାଇନ୍ ସେକ୍ସ। ଆଉ ତାହାର ଭିଡିଓ ମାୟାବିନୀମାନେ ରଖି ବଡ଼ବଡ଼ିଆଙ୍କୁ ବ୍ଲାକ୍ମେଲିଂ କରିବା ଭଳି କାରନାମା ପଦାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି ଅନ୍ଲାଇନ୍ ସେକ୍ସର ଭିଡିଓ। ସହରର ଜଣାଶୁଣା ବ୍ୟକ୍ତିମାନେ ମାୟାବିନୀଙ୍କ ମାୟାଜାଲରେ ଫସିଛନ୍ତି। ମିଳିଥିବା ସୂଚନା ମୁତାବକ, ଏ ପର୍ଯ୍ୟନ୍ତ ୮ରୁ ୧୦ ଜଣ ବ୍ୟକ୍ତି ମାୟାବିନୀଙ୍କ ଜାଲରେ ଫସିଗଲେଣି। ଉଲଗ୍ନ ଦେହ ଦେଖାଇ ମାୟାବିନୀମାନେ ଅନ୍ଲାଇନ୍ରେ ଚଳାଇଛନ୍ତି ଏହି କାରବାର। ଅନ୍ଲାଇନ୍ ଚାଟିଂରୁ ଭିଡିଓ କଲିଂ ଏବଂ ତାପରେ ବ୍ଲାକ୍ମେଲିଂ କରାଯାଉଛି। ଟଙ୍କା ମାଗୁଛନ୍ତି ଓ ଯିଏ ନଦେଲେ ତାହାର ଭିଡିଓକୁ ଭାଇରାଲ କରୁଛନ୍ତି। ଯେଉଁମାନେ ଏହାର ଶିକାର ହେଉଛନ୍ତି ଲୋକଲଜ୍ଜା ଭୟରେ ଥାନାରେ ଏତଲା ବି ଦେଉ ନାହାନ୍ତି। ପୁଲିସର ସାଇବର ସେଲ୍ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଉଠୁଛି। ଏପଟେ ସହରରେ ଦେହ ବ୍ୟବସାୟୀଙ୍କ ମଧ୍ୟ ଆଡ୍ଡା ଜମିଛି। କୋଲକାତାରୁ ଝିଅମାନେ ଆସି ଏଠି ଦେହ ବ୍ୟବସାୟର ପସରା ମେଲାଇଛନ୍ତି। ଦେହଜୀବୀମାନଙ୍କ ଫଟୋ ମଧ୍ୟ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି। ପୁଲିସ ଏ ଦିଗରେ ସ୍ୱତନ୍ତ୍ର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି।
The post ଅନ୍ଲାଇନ୍ କଲିଂରୁ ବ୍ଲାକ୍ମେଲିଂ, ମାୟାବିନୀଙ୍କ ଜାଲରେ ବଡ଼ବଡ଼ିଆ first appeared on Sambad.from ଜିଲ୍ଲା | Sambad https://ift.tt/3H6Oug5
0 Comments