
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ଓ ସ୍ଥାନୀୟ ବନ ବିଭାଗ ଦ୍ବାରା ବଡ଼ପଦର ପଂଚାୟତର ରେଖାପଲ୍ଲୀ ବନଗୁରୁ ଗ୍ରାମରେ ଦ୍ଵିତୀୟ ଥର ପାଇଁ ଲଗାଯାଇଥିବା ବହୁ ପରିମାଣର ବେଆଇନ ଗଂଜେଇ ଗଛକୁ ନଷ୍ଟ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୁଲିସର ଏକ ଟିମ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ପଂଚାୟତର ବନଗୁରୁ, ରେଖାପଲ୍ଲୀ ଅଂଚଳରେ ଅତର୍କିତ ଚଢ଼ଉ କରି ବେଆଇନ ଭାବେ ୬୦ ଏକର ଜମିରେ ଲଗାଯାଇଥିବା ୮୪ ହଜାର ଗଂଜେଇ ଗଛ ନଷ୍ଟ କରିବା ସହ ପୋଡି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୂଚନା ଦେଇଛି । ଚିତ୍ରକୁଣ୍ଡା ପୁଲିସ ପକ୍ଷରୁ ଦ୍ଵିତୀୟ ଥର ପାଇଁ ଏହି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଗତ ୧୧ତାରିଖରେ ଏହି ଅଞ୍ଚଳରେ ଚିତ୍ରକୁଣ୍ଡା ପୁଲିସ ଚଢ଼ଉ କରି ବହୁ ପରିମାଣର ଗଂଜେଇ ଗଛକୁ ନଷ୍ଟ କରିଥିଲା । ଆଜି ପୁନର୍ବାର ସେହି ଅଞ୍ଚଳରେ ଚଢ଼ଉ କରି ଗଂଜେଇ ଗଛ ନଷ୍ଟ କରିବା ଦ୍ୱାରା ଗଂଜେଇ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି । ଚିତ୍ରକୁଣ୍ଡା ପୁଲିସର ଏଭଳି ଅଭିଯାନକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପସନ୍ଦ କରାଯାଇଛି ।
The post ପୁଲିସ-ବିଭାଗ ଦ୍ଵାରା ୮ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3FfJILv
0 Comments