
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ପୁସିପାଲୀ ଗ୍ରାମର ବୃନ୍ଦା କାବାସୀ। ଜନ୍ମରୁ ବୃନ୍ଦା ଠିକଥିଲେ।ସ୍କୁଲ ମଧ୍ୟ ଯାଉଥିଲେ।ତେବେ ହଠାତ୍ ସେ ହାଇସ୍କୁଲରେ ପଢିବା ସମୟରେ ତାଂକର ସ୍ବାସ୍ଥ୍ୟ ଖରାପ ହୋଇଥିଲା।ପରିବାର ଲୋକେ ପ୍ରଥମେ କୋରକୋଣ୍ଡା ପରେ ମାଲକାନଗିରି ମେଡିକାଲ ନେଇ ଚିକିତ୍ସା କରାଇଥିଲେ।କିନ୍ତୁ କୌଣସି ସ୍ବାସ୍ଥ୍ୟର ଉନ୍ନତି ହୋଇନଥିଲା।ପରେ କୋରାପୁଟ ଏବଂ କଟକ ବଡ ମେଡିକାଲ ନେଇ ମଧ୍ୟ ଚିକିତ୍ସା କରାଇଥିଲେ।କଟକ ବଡ ମେଡିକାଲରେ ୧୬ ମାସ ରହି ଚିକିତ୍ସିତ ହୋଇଥିଲେ ମଧ୍ୟ ତାଂକର ମାତ୍ର ତିରିଶି ପ୍ରତିଶତ ହିଁ ଶରୀରର ଉନ୍ନତି ହୋଇଛି।ଅର୍ଥ ଅଭାବରୁ ପରେ ସେ ଘରକୁ ଚାଲିଆସିଥିଲେ।
ଏତେ ଦିନ କଟକ ମେଡିକାଲରେ ରହିବା ପରେ ସୁଇପର ଠାରୁ ଆରମ୍ଭ କରି ଫ୍ରେପସର ପର୍ଯ୍ୟନ୍ତ ସମସ୍ତେ ବୃନ୍ଦାଙ୍କୁ ଭଲପାଇ ବସିଥିଲେ।ଏବେ ବି ସେମାନେ କିଛି କିଛି ଟଂକା ପଠାଇବା ସହ ଔଷଧ ପଠାଉଥିବା ବୃନ୍ଦା କହନ୍ତି।ଏତେ ଦିନ ଧରି ବୃନ୍ଦା ଘରେ ଶଯ୍ୟାଶାୟୀ ରହିଥିବା ବେଳେ ସରକାର ଏବଂ ପ୍ରଶାସନ ନିକଟରେ ସାହାଯ୍ୟର ଗୁହାରି କରି କରି ଥକିଯାଇଥିବା ସେ କହନ୍ତି।ବିଛଣାରୁ ଉଠିନପାରିଲେ ମଧ୍ୟ ଥନେଇ ଥନେଇ କଥା କୁହନ୍ତି ବୃନ୍ଦା।ବଂଚିବାକୁ ସେ ଚାହାନ୍ତି।ପୁଣି ସେ ପୂର୍ବାବସ୍ଥାକୁ ଫେରିବେ ବୋଲି ଆଶା ପ୍ରକଟ କରିଛନ୍ତି।
ତେବେ ଏଥିପାଇଁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରାକରଙ୍କର ସହଯୋଗ ହେଲେ ସେ ପୁଣି ହସିବେ ବୋଲି ପରିବାର ଲୋକେ ମଧ୍ୟ ଆଶା ପ୍ରକଟ କରିଛନ୍ତି।ତେବେ ଆଜି ତାଂକର ସ୍ବାସ୍ତ୍ୟବସ୍ଥା ପଚାରିବୁଝିବା ପାଇଁ ସମାଜସେବୀ ରାମକୃଷ୍ଣ ଚୌଧୁରୀ,ରାୟଗଡା ଜିଲ୍ଲାର ବିଷମକଟକରୁ ଆସିଥିବା ସୁବୋଧ ପ୍ରଧାନୀ,ବାଲିମେଳାରର ପି.ସରୋଜିନୀ,ଫିରୋଜ ଖାନ,ସୁଧାସନି ମହାରଣା ପ୍ରମୁଖ ବୃନ୍ଦାଙ୍କୁ ଭେଟିଥିଲେ।
ବୃନ୍ଦାଙ୍କୁ କିଛି ଆର୍ଥିକ ସହାୟତା ଦେବା ସହ ସେ କିପରି ସୁସ୍ଥ ହେବେ ସେନେଇ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବୃନ୍ଦା ବିଛଣାରେ ପଡି ରହି ସମସ୍ତଙ୍କୁ ହସୁଥିବା ଖେଳୁଥିବା ଦେଖି ମନଦୁଃଖ କରନ୍ତି ଏବଂ ନିଜର ଅସହାୟତାକୁ ନେଇ ଲୁହ ଝରାନ୍ତି।ତେବେ କେହି ମଧ୍ୟ ତାଂକୁ ସହଯୋଗ କରୁନଥିବାରୁ ସେ ନିଜର ଭାଗ୍ୟକୁ ଆଦରି ପଡି ରହିଛନ୍ତି।ତେବେ ବୃନ୍ଦା କିପରି ଶିଘ୍ର ବିଛଣାରୁ ଉଠିବେ ସେନେଇ ପରିବାର ତଥା ଗ୍ରାମବାସୀ ଭଗବାନଙ୍କ ନିକଟରେ ସବୁଦିନ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ।
The post ୧୧ ବର୍ଷ ହେଲା ବିଛଣାରୁ ଉଠିପାରୁନାହାନ୍ତି ବୃନ୍ଦା; ସରକାରୀ ସହାୟତାକୁ ଅପେକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/308v0Xm
0 Comments