ବଡ଼ବିଲ : ବଡ଼ବିଲର ବିଭିନ୍ନ ଜଳାଶୟରେ ପାଳିତ ହୋଇଯାଇଛି ଛଟ୍ଟ୍ ପର୍ବ। ଏହି ପର୍ବରେ ଛଟ୍ଟୀ ମାଆଙ୍କର ପୂଜା କରାଯାଇଥାଏ। ବିହାରୀ ସଂପ୍ରଦାୟର ଉଭୟ ପୁରୁଷ ଓ ମହିଳା ଏହି ବ୍ରତ ପାଳନ କରୁଥିବାବେଳେ, ବଡ଼ବିଲ ଅଂଚଳରେ ସବୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ନିଷ୍ଠାର ସହିତ ପାଳନ କରିଥାଆନ୍ତି। ଏହି ବ୍ରତ ପାଳନ ନିମନ୍ତେ ବ୍ରତଧାରୀମାନେ ଗତକାଲି ସଂଧ୍ୟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୩୬ ଘଣ୍ଟା ଧରି ନିର୍ଜଳା ଉପବାସ କରିଥାଆନ୍ତି। ଏହି ବ୍ରତ କଲେ ବ୍ରତଧାରୀଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ବଡ଼ବିଲ ଉପରବସ୍ତି ଡ୍ୟାମ, ଚଟେଇହଟିଂ ସ୍ଥିତ କାରୋନଦୀ କୂଳ, ଉତ୍ତମସିଂହଟିଂ ସ୍ଥିତ ଚମ୍ପୁଆ ନାଳ ସହ ଏକାଧିକ ଜଳାଶୟରେ ଏହି ଛଟ୍ଟ୍ ପର୍ବ ପାଳନ କରାଯାଇଥିଲା। ଆସନ୍ତା କାଲି ଉଦୟଗାମୀ ସୂର୍ଯ୍ୟଙ୍କୁ ଦର୍ଶନ କରିବାପରେ ବ୍ରତ ଶେଷ କରାଯବା ପରେ ବ୍ରତଧାରୀ ଆହାର ଗ୍ରହଣ କରିବେ ବୋଲି ଜଣାଯାଇଛି।

The post ବଡ଼ବିଲରେ ଛଟ୍ଟ୍ ପୂଜା, ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜିଲେ ବ୍ରତଧାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3wA2UR0