ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୁରପ୍ରତାପରାଜକିଶୋରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରାମ କୃଷ୍ଣ ପଣ୍ଡାଙ୍କ ପୁଅ ଗଣେଶ୍ବର ପଣ୍ଡା(୩୫) ଘରେ ଥିଲେ। ସେହି ଗ୍ରାମର ନୀଳମଣି  ବେହେରା (କାଳିଆ )ଗୁରୁବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଏକ ଖଣ୍ଡା ଧରି ଗଣେଶ୍ବରଙ୍କ ଘରେ ପଶି ହଠାତ ଆକ୍ରମଣ କରିଥିଲେ।

ଗଣେଶ୍ବରଙ୍କ ଡାହାଣ ହାତ ପାପୁଲି ଛିଡ଼ିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ଜଣାପଡିନାହିଁ। ଗଁଦିଆ ଥାନାଧିକାରୀ ବିଷ୍ଣୁଚରଣ ବାରିକ କହିଛନ୍ତି ତେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

The post ଖଣ୍ଡାରେ ପାପୁଲି ହାଣିଦେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3DUBJmT