
ତେଲକୋଇ: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର କରଦାଙ୍ଗି ଗ୍ରାମରେ ହାତୀପଲ ଉତ୍ପାତ କରିଛନ୍ତି। ଏହି ପଲରେ ୧୨ ହାତୀ ଥିବା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ହାତୀମାନେ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରୁଛନ୍ତି। ଯାହା ତ ଖାଉଛନ୍ତି, ଦଳିମକଚି ନଷ୍ଟ କରୁଛନ୍ତି।
ବୁଧବାର ରାତିରେ ହାତୀପଲ କରଦାଙ୍ଗି ଗ୍ରାମ ବ୍ରାହ୍ମଣମୁଣ୍ଡା ଚକରେ ପଶି ରଞ୍ଜନ ନନ୍ଦ, ସୁଶାନ୍ତ ମହାନ୍ତ, ସୁଦାମ ପାତ୍ରଙ୍କ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ ଖାଇ ଦେଇଛନ୍ତି। ୩ ଏକର ଜମିର ଧାନ ଫସଲ ନଷ୍ଟ ହୋଇଛି। ଅଧିକ ଫସଲ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ବିମଳା ଫରେଷ୍ଟର ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ନେତୃତ୍ବରେ ହାତୀ ସୁରକ୍ଷା ବାହିନୀ, ଗଜସାଥୀ ଓ ଗ୍ରାମବାସୀ ମିଶି ହାତୀପଲଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଥିଲେ। ଏହି ହାତୀପଲ ଶିଖେଶ୍ବରୀ ସଂରକ୍ଷିତ ଜଙ୍ଗଲର କଲଝରୀ ନିକଟରେ ଅଛନ୍ତି। ବନ ବିଭାଗ ହାତୀଙ୍କ ଉପରେ କଡ଼ା ନଜର ରଖିଛି।
The post ହାତୀ ଉତ୍ପାତ: ଫସଲ ଦଳିଲେ, ଖାଇଲେ first appeared on Sambad.from ଜିଲ୍ଲା | Sambad https://ift.tt/312i0TL
0 Comments