ଭୁବନେଶ୍ବର: ବି.ଏନ୍. ବ୍ଲେସିଂ ନାମକ ଏକ ଅଣଲାଭକାରୀ ସଂସ୍ଥା ତାପସୀ ମହାନ୍ତିଙ୍କ ସ୍ୱର୍ଗତ ପିତାମାତାଙ୍କ ସ୍ମୃତିରେ ଆରମ୍ଭ କରାଯାଇଛି। ଉକ୍ତ ସଂସ୍ଥାକୁ ବୃତ୍ତିଗତ ଭିନ୍ନତା ଥିବା ତାପସୀ ମହାନ୍ତି, ଅଭିଜିତ୍ କୁମାର ମହାନ୍ତି, ସୀମାରାଣୀ ପଟେଲ୍, ରତିରଂଜନ ସାହୁ ଓ ଦେବଯାନୀ ମହାନ୍ତି ପ୍ରମୁଖ ୫ଜଣ ପରିଚାଳନା କରୁଛନ୍ତି। ବୃଦ୍ଧବୃଦ୍ଧାମାନେ ବୟସର ସାୟାହ୍ନରେ ଶିଶୁ ପରି ଯତ୍ନ ଓ ସ୍ନେହ ଚାହାଁନ୍ତି ବୋଲି ସେମାନଙ୍କ ବିଶ୍ୱାସ ରହିଛି । ସେଇ ମନୋଭାବ ନେଇ ସଂସ୍ଥା ତରଫରୁ ଓଲ୍ଡ ଟାଉନ୍ ସ୍ଥିତ ସାଇ କ୍ରିଷ୍ଣା ଓଲ୍ଡ ଏଜ୍ ହୋମ୍‌ରେ ରବିବାର ସମସ୍ତେ ମିଶି ଶିଶୁ ଦିବସ ପାଳନ କରିଛନ୍ତି। ସେହି ବୃଦ୍ଧାଶ୍ରମରେ ଥିବା ବୃଦ୍ଧବୃଦ୍ଧାଙ୍କ ସହିତ ଆଲୋଚନା କରି ସେମାନଙ୍କ ମେଳରେ କେକ୍‌ କାଟିବା ସହ ଖୁସି ବାଣ୍ଟିଛନ୍ତି। ଶେଷରେ ସେମାନଙ୍କ ଆବଶ୍ୟକତା ଥିଲା ଭଳି କିଛି ଉପହାର ପ୍ରଦାନ କରିଛନ୍ତି। ଉକ୍ତ ସଂସ୍ଥାର ଏଭଳି ଜନସେବା ନିଶ୍ଚିତ ଭାବେ ସମାଜକୁ ପ୍ରେରଣା ଦେବ ଏଥିରେ ସନ୍ଦେହ ନାହିଁ ବୋଲି ଜାଣିବା ଶୁଣିବା ମହଲରୁ ମତ ପ୍ରକାଶ ପାଇଛି।

The post ସାଇ କ୍ରିଷ୍ଣା ଓଲ୍ଡ ଏଜ୍ ହୋମ୍‌ରେ ଶିଶୁ ଦିବସ first appeared on Sambad.

from ଜିଲ୍ଲା | Sambad https://ift.tt/3Hjdu3L