
ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡ଼ିଛି। ପୁଲିସ ମମିତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କ ୧୬୪ ବୟାନ ରେକର୍ଡ କରିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ସିଆର୍ପିସି ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ କରାଯାଇ ସାରିଲାଣି। ଏମାନଙ୍କ ଭିତରେ ଦୁଇଜଣ ଛାତ୍ରୀ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଦୁଇ କର୍ମଚାରୀ, ଟାୟାର ଦେଇଥିବା ବ୍ୟବସାୟୀ ବିବେକ ଅଗ୍ରୱାଲ, ଦୁଇଜଣ ବଙ୍ଗାଳୀ ଦାଦାଙ୍କ ସମେତ କିଛି ଶ୍ରମିକ ଶ୍ରେଣୀର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗତ ୨୪ ତାରିଖ ମୃତ ମମିତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କ କଣ୍ଟାବାଞ୍ଜି କୋର୍ଟରେ ୧୬୪ ବୟାନ ରେକର୍ଡ କରାଯାଇଥିବା ନେଇ ସରକାରୀ ଓକିଲ ଏବଂ ପ୍ରତିପକ୍ଷ ଓକିଲଙ୍କ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଜେଲ ଭିତରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ହସ୍ତାକ୍ଷର ପୁଲିସ ସଂଗ୍ରହ କରିଥିବା ଜଣାପଡ଼ିଛି।
ଗତ ୨୦ ତାରିଖ ଗୋବିନ୍ଦର ହସ୍ତାକ୍ଷର ପରୀକ୍ଷା ପାଇଁ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ବଲାଙ୍ଗୀର ପୁଲିସ ଆବେଦନ କରିଥିଲା। କିନ୍ତୁ ଏହାକୁ ପ୍ରତିପକ୍ଷ ଓକିଲ ବିରୋଧ କରିବାରୁ ୨୪ ତାରିଖ ପରବର୍ତ୍ତୀ ଶୁଣାଣି ଥିଲା। ଗତ ୨୪ ତାରିଖ ଜେଲ ଭିତରେ ଜେଲର୍ଙ୍କ ସାମ୍ନାରେ ଗୋବିନ୍ଦର ହସ୍ତାକ୍ଷର ନମୁନା ଆଣିବାକୁ ଜେଏମ୍ଏଫ୍ସି କୋର୍ଟ ନିର୍ଦେଶ ଦେବା ପରେ ଗତ ୨୫ ତାରିଖ କଣ୍ଟାବାଞ୍ଜି ଜେଲରୁ ଗୋବିନ୍ଦର ହସ୍ତାକ୍ଷର ଅଣାଯାଇଛି। ତେବେ ଏହାକୁ ନେଇ ଗୋବିନ୍ଦର ଓକିଲ ମୋହନଲାଲ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସିଆର୍ପିସି ୩୧୧ଏ ଅନୁଯାୟୀ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଙ୍କ ସାମ୍ନାରେ ହାଜର କରାଯାଇ ଦସ୍ତଖତ ନମୁନା ସଂଗ୍ରହ ହେବା ଉଚିତ। କିନ୍ତୁ ଏହା ନକରି ପୁଲିସ ଯେଭଳି ଭାବରେ ଦସ୍ତଖତ ସଂଗ୍ରହ କରିଛି ତାହା ମାମଲାର ଶୁଣାଣି ସମୟରେ କାମ ଦେବ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ମମିତା ହତ୍ୟା ମାମଲାରେ ଗତ ଅକ୍ଟୋବର ୮ତାରିଖ ମମିତା ଅପହରଣ ଦିନଠାରୁ ଆଜି ଯାଏ ତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କ ବୟାନ ଚର୍ଚ୍ଚାରେ ରହିଆସିଛି। ଝିଅର ଅପହରଣ ପରେ ୧୭ ତାରିଖ ମମିତାଙ୍କ ବାପା ସୁଚନ୍ଦ୍ର ଗଣମାଧ୍ୟମ ଆଗରେ ଗୋବିନ୍ଦ ସାହୁ ସହିତ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଥିଲେ। ଏପରିକି କହିଥିଲେ ମମିତା କିଛି ଭିଡିଓ କରି ପେନ୍ଡ୍ରାଇଭ୍ରେ ରଖିଥିଲେ। କିନ୍ତୁ ପରେ ପରେ ବାପା ସୁଚନ୍ଦ୍ର ମତ ବଦଳାଇଥିଲେ। ତଦନ୍ତରେ ଖୁସିଥିବା ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ଭରସା ଥିବା କହିଥିଲେ। ଆଉ ଏହାରି ଭିତରେ ସୁଚନ୍ଦ୍ରଙ୍କ କଣ୍ଟାବାଞ୍ଜି କୋର୍ଟରେ ୧୬୪ ବୟାନ ରେକର୍ଡ କରିଛି ପୁଲିସ।
The post ମମିତା ହତ୍ୟା ମାମଲା: ମମିତାଙ୍କ ବାପା ସୁଚନ୍ଦ୍ରଙ୍କ ୧୬୪ ବୟାନ ରେକର୍ଡ first appeared on Sambad.ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଜେଏମ୍ଏଫ୍ସି କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେ
କଣ୍ଟାବାଞ୍ଜି : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ଚଣ୍ଡୀକୁ ଶନିବାର ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଉଭୟଙ୍କୁ ଜେଲ୍ରୁ କୋର୍ଟକୁ ନିଆନଯାଇ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହଜାର କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା ଏବଂ ରାଧେ ଗାତ ଖୋଳିଥିବା ବିଷୟରେ ପୂର୍ବରୁ ପୁଲିସ ଆଗରେ ସ୍ୱୀକାର କରିଛି। ଉଭୟ ଅଭିଯୁକ୍ତଙ୍କୁ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରଗାରରେ ରଖାଯାଇଛି।
from ଜିଲ୍ଲା | Sambad https://ift.tt/3cVdx7Z
0 Comments