ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଟଙ୍ଗୋପାଣି ସରକାରୀ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁରାମ ବରିହା କାର୍ଯ୍ୟରେ ଅବହେଳା ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ବରିହା ମନଇଚ୍ଛା ସ୍କୁଲ ପାଣ୍ଠିକୁ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ସଦର ବିଇଓ ତାଙ୍କୁ ଦୁଇଥର କାରଣଦର୍ଶାଅ ନୋଟିସ ଦେଇଥିଲେ। ସେହିପରି ତାଙ୍କୁ ବିଇଓ ଅଫିସକୁ ଡାକି ସ୍କୁଲ ପାଣ୍ଠି ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦେବାକୁ କହିଥିଲେ। ହେଲେ କାରଣଦର୍ଶାଅର ଉତ୍ତର ଦେଇନଥିବା ବେଳେ ୟୁସି ମଧ୍ୟ ଦେଇନଥିଲେ। ଏଭଳି ବିଇଓଙ୍କ ନିର୍ଦେଶକୁ ଅବମାନନା କରିଥିଲେ। ଏହା ଉପରେ ସଦର ବିଇଓ ହେମସାଗର ମହାନନ୍ଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନ ଶିକ୍ଷକ ଶ୍ରୀ ବରିହାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି।

The post କାର୍ଯ୍ୟରେ ଅବହେଳା, ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ: ଟଙ୍ଗୋପାଣି ସ୍କୁଲ ପ୍ରଧାନ ଶିକ୍ଷକ ନିଲମ୍ବିତ first appeared on Sambad.

from ଜିଲ୍ଲା | Sambad https://ift.tt/3refWTM