ଜୟପୁର: ରାତି ଅଧରେ ରକ୍ତଦାନ କରି ଜଣେ ଡେଙ୍ଗୁ ଆକ୍ରାନ୍ତ ଝିଅର ଜୀବନ ବଂଚାଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ। ଜୟପୁର ଡଙ୍ଗାଗୁଡ଼ାରେ ରହୁଥିବା ଧନଖରାଙ୍କ ଝିଅ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ରକ୍ତର ପ୍ଲେଟଲେଟ୍ କମି ୨୨ହଜାରରେ ପହଚିଂଥିଲା।

ଗତକାଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜଣକ ତୁରନ୍ତ ପ୍ଲେଟଲେଟ୍ ଦେବାକୁ ପଡିବ ବୋଲି କହିଥିଲେ। ତାଙ୍କ ବାପା ରାତି ଅଧରେ କାହାକୁ କହିବେ ରକ୍ତଦାନ କରାଇବେ ସେ ଚିନ୍ତାରେ ପଡ଼ିଥିଲେ। ଝିଅକୁ ଦେଖିବାକୁ ଯାଇଥିବା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏସଂପର୍କରେ ଜାଣିବା ପରେ ତୁରନ୍ତ ସେ ଏଭି ପଜିଟିଭ୍ ରକ୍ତଦାନ କରିଥିଲେ। ତୁରନ୍ତ ତାଙ୍କ ରକ୍ତରୁ ପ୍ଲେଟଲେଟ୍ ବାହାର କରି ଝିଅକୁ ଦିଆଯାଇଥିଲା।

ପୁର୍ବତନ ମନ୍ତ୍ରୀଙ୍କ ଏଭଳି ମହତ କାମକୁ ନେଇ ସାଧାରଣରେ ପ୍ରଶାଂସା କରାଯାଇଛି। ଯୁବବର୍ଗ ସ୍ବେଚ୍ଛାକୃତ ରକ୍ତଦାନ କରି ଜଣକର ଜୀବନଦାନ କରିବାକୁ ପୂର୍ବତନ ମନ୍ତ୍ରୀ ଅନୁରୋଧ କରିଛନ୍ତି।

The post ରକ୍ତଦାନ କରି ଡେଙ୍ଗୁ ଆକ୍ରାନ୍ତ ଝିଅର ଜୀବନ ବଂଚାଇଲେ ପୂର୍ବତନ ମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3I9wimC