କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ଜୁଡ଼ିଆଘାଟିରେ ଏକ ବିଲାତି ବୋଝେଇ ଟ୍ରକ୍‌ (ଡବ୍ଲୁବି-୨୫ଜେ-୧୧୧୮) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଲୋଡ୍‌ ହୋଇଥିବା ଟମାଟୋ ଟ୍ରେ ଗୁଡ଼ିକ ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ୍‌ର ଚାଳକ ଓ ହେଲପର୍‌ ଆହତ ହୋଇଛନ୍ତି। ଟାଉନ ପୁଲିସ ପହଞ୍ଚି ରାସ୍ତାରୁ ବିଲାତି ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

The post ଓଲଟିଲା ଟମାଟୋ ବୋଝେଇ ଟ୍ରକ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3x349Z4