
ଚମ୍ପୁଆ : ଜଣେ ଗୋରୁ ବ୍ୟବସୟୀଙ୍କୁ ମାଡ଼ ମାରି ତାଙ୍କଠାରୁ ୭୨ ହଜାର ଟଙ୍କା ଲୁଟିନେଇଛନ୍ତି। ଏନେଇ ବ୍ୟବସାୟୀ ଜଣଙ୍କ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁୁଲିସ ତଦନ୍ତ ଜାରି ରଖିଛି।
ଅଭିଯୋଗ ମୁତାବକ ବଡ଼ ହୁଣ୍ଡୁଳା ଗ୍ରାମର ଗୋରୁ ବ୍ୟବସାୟୀ ସନ୍ତୋଷ ବାରିକ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଚମ୍ପୁଆ ସାପ୍ତାହିକ ହାଟକୁ ବ୍ୟବସାୟ କରିବାକୁ ଆସୁଥିଲେ । ସନ୍ତୋଷ କୁଟାରିପଶି ରାସ୍ତା ଦେଇ ମଙ୍ଗଳପୁର ସଙ୍କରପୁର ରାସ୍ତାର ଜଙ୍ଗଲ ରାସ୍ତାରେ ଆସୁଥିବା ବେଳେ ବିପରୀତ ଦିଗରୁ ଦୁଇ ଜଣ ଯୁବକ ଏକ ଆପାଚି ବାଇକ୍ରେ ମୁହଁରେ କପଡା ବାନ୍ଧି ଆସି ତାଙ୍କୁ ଅଟକାଇ ଥିଲେ। ଏହି ସମୟରେ ଅନ୍ୟ ଏକ ପେଶନ ପ୍ରୋ ବାଇକରେ ଆଉ ଦୁଇ ଜଣ ଯୁବକ ସେଠାରେ ପହଞ୍ଚି ସନ୍ତୋଷଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ପାଖରେ ଥିବା ୭୨ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ। ଏହାସହିତ ସନ୍ତୋଷଙ୍କ ବାଇକ୍ର ଚାବି ମଧ୍ୟ ନେଇ ଯାଉଥିଲେ। ସନ୍ତୋଷ ନେହୁରା ହେବାରୁ ଚାବି ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।
The post ବ୍ୟବସାୟୀଙ୍କୁ ମାଡ଼ମାରି ୭୨ ହଜାର ଲୁଟି ନେଲେ first appeared on Sambad.from ଜିଲ୍ଲା | Sambad https://ift.tt/3kV16xs
0 Comments