ଯାଜପୁର : କଣ୍ଡିଆ-ସିଂହପୁର ରୋଡ୍‌ର ସିଂହପୁରଠାରୁ ଶାଗୁଆନ କାଠ ବୋଝେଇ ଏକ ଗାଡ଼ିକୁ ବନ ବିଭାଗ ଜବତ କରିଛି। ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

କଣ୍ଡିଆ ମିଲ୍‌ରୁ ଭ୍ୟାନ୍‌ (ଓଡି ୩୪ ଜେ ୬୪୦୬) ରେ ଶାଗୁଆନ କାଠ ‌ବୋଝେଇ କରି ଚାଲାଣ ହେଉଥିବାବେଳେ ଯାଜପୁରରୋଡ୍‌ ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ଚଢ଼ଉ କରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଜବତ ଗାଡ଼ି ଓ କାଠକୁ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ଏ ଘଟଣାରେ ଗାଡ଼ିର ଡ୍ରାଇଭର ବାଛୋଳ ଗ୍ରାମର କାଳନ୍ଦୀ ବେହେରା, ମାଲିକ ଓଳେଇଚନ୍ଦନପୁର ଗ୍ରାମର ପ୍ରଫୁଲ୍ଲ ସାହୁ, ସମ୍ବିତ ସାହୁ, ଦେବାଶିଷ ସାହୁଙ୍କୁ ଗିରଫ କରାଯାଇଛି। ଏହି ଚଢ଼ଉରେ ତ୍ରିଲୋଚନ ଦାସ, ନିର୍ମଳ କୁମାର ମଲିକ ପ୍ରଭୃତି ସାମିଲ ଥିଲେ।

The post ଶାଗୁଆନ କାଠ ‌ସହ ଗାଡ଼ି ଜବତ, ୪ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3Hlc9cC