ବୀରମିତ୍ରପୁର : ବୀରମିତ୍ରପୁର ପୁଲିସ ଶିଶୁମାନଙ୍କର ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଆନନ୍ଦଘର’ ନାମରେ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛି। ବୀରମିତ୍ରପୁର ଥାନା ପରିସରରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଉଦ୍‌ଘାଟନ କରି ଶିଶୁ ଓ ସମାଜ ପାଇଁ ଉତ୍ସର୍ଗ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଆଗରୁ ଚାରୋଟି ଥାନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ଉତ୍ସବରେ ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ ଏବଂ ଆଇଆଇସି ମନୋଜ ମଞ୍ଜରୀ ନାଏକ ଉପସ୍ଥିତ ଥିଲେ। ବୀରମିତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ଆନନ୍ଦଘର’ ଶୀର୍ଷକ ଏକ ନାଟକ ପରିବେଷଣ କରାଯାଇଥିଲା। ପରେ ପରେ ସହଯୋଗ ଅନୁଷ୍ଠାନର ଶିଶୁମାନେ ନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଅଭିନୟ ପାଇଁ ନାଟକର ତିନିଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ଏସ୍‌ଆଇ ଦୋଳମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

The post ବୀରମିତ୍ରପୁର ଥାନାରେ ‘ଆନନ୍ଦଘର’ first appeared on Sambad.

from ଜିଲ୍ଲା | Sambad https://ift.tt/3ccQdSQ