ବାଲେଶ୍ୱର : ବିଶିଷ୍ଟ କଟାକ୍ଷକାର, ବ୍ୟଙ୍ଗକବି, ଅଭି‌ନେତା ଏବଂ ଢୁମ୍ପା ସଂଗୀତର ଉପାସକ କିଶୋର ରଥଙ୍କ ସୋମବାର ସକା‌ଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଏନେଇ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି। ଡାକ୍ତରଖାନାରୁ ଭୁବନେଶ୍ବର ‘ସମ୍ବାଦ’ ଭବନକୁ ତାଙ୍କର ମରଶରୀର ଅଣାଯାଇଥିଲା। ସେଠାରେ ‌‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ରଥଙ୍କ ଶେଷଦର୍ଶନ କରିଥିଲେ।

ସେହିପରି ବାଲେଶ୍ବର ସ୍ଥିତ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣରେ ମଧ୍ୟ ସ୍ବର୍ଗତ ରଥଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ହୋଇଛି। ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ ଏବଂ ସଂପାଦନା ବିଭାଗ ମୁଖ୍ୟ ସୁଦାମ ଭଟ୍ଟମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶୋକସଭାରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ବର୍ଗତ ରଥଙ୍କ ସ୍ମୃତିଚାରଣ କରିବା ସହ ଅମରଆତ୍ମାର ସଦ୍‌ଗତି ପାଇଁ ନିରବ ପାର୍ଥନା କରିଥିଲେ।

The post ବିଶିଷ୍ଟ କଟାକ୍ଷକାର, ବ୍ୟଙ୍ଗକବି କିଶୋର ରଥଙ୍କ ବିୟୋଗରେ ବାଲେଶ୍ୱର ସ୍ଥିତ ‘ସମ୍ବାଦ’ କାର୍ଯ୍ୟାଳୟରେ ଶୋକସଭା first appeared on Sambad.

from ଜିଲ୍ଲା | Sambad https://ift.tt/3CZHVJA