
ତେଲକୋଇ : ତେଲକୋଇ ବ୍ଲକ୍ ତେଲକୋଇ-ତାଳଚେର ରାସ୍ତାର ବାଲେଶ୍ବର ଛକରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମର ଦାମୋଦର କିଷାନ (୮୦)। ଆଜି ସକାଳେ ଦାମୋଦର ଚାଲିଚାଲି ଘରକୁ ଆସୁଥିବା ବେଳେ ଏକ କାର୍ (ଓଡି-୦୨-ବିଏସ-୩୧୩୬) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ବାଡ଼େଇ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
The post କାର୍ ଧକ୍କାରେ ବୃଦ୍ଧ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3o8LIhx
0 Comments