
ଖୋର୍ଦ୍ଧା: କଳାହାଣ୍ଡିର ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଖୋର୍ଦ୍ଧା ବିଜେପି ପକ୍ଷରୁ ଆଜି ସଦର ଥାନାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏତଲା ଦିଆଯାଇଛି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ପୂର୍ବ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ପ୍ରଦୀପ ପାଣି, ଗଗନ ପାଇକରାୟ, ମିନତୀ ଘଡ଼େଇ, ରଶ୍ମୀତା ସାମନ୍ତରାୟ, ଶୋଭାଙ୍ଗୀ ପାଲଟାସିଂହଙ୍କ ସମେତ ଅନ୍ୟ ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ରହିଥିଲେ।
ଗତକାଲି ଖୋର୍ଦ୍ଧା ବିଜେପି ପକ୍ଷରୁ ଅନୁରୂପ ଭାବେ ଖୋର୍ଦ୍ଧା ଟାଉନ୍ ଥାନାରେ ଏତଲା ଦିଆଯାଇଥିଲା। ରାଜ୍ୟବ୍ୟାପୀ ବିଜେପିର ଏହି ଅଭିଯାନରେ ଖୋର୍ଦ୍ଧା ବିଜେପି ମଧ୍ୟ ସାମିଲ ହୋଇଛି ବୋଲି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର କହିଛନ୍ତି।
The post ମମିତା ମେହେର ହତ୍ୟା ମାମଲାରେ ଖୋର୍ଦ୍ଧା ବିଜେପିର ସଦର ଥାନାରେ ଏତଲା first appeared on Sambad.from ଜିଲ୍ଲା | Sambad https://ift.tt/2ZUthEZ
0 Comments