ବାରଙ୍ଗ: ଭୁବନେଶ୍ଵର ଉପକଣ୍ଠ ବାଲିପଡ଼ା ଠାରେ କୁଆଖାଇ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକାରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ। କଣ୍ଟୁଣିଆ ଗ୍ରାମ ଠାରୁ କାନପୁର ସାଇପନ ପର୍ଯ୍ୟନ୍ତ ୧୬୫ ମିଟର ରାସ୍ତାକୁ ୧ କୋଟି ୪୭ ଲକ୍ଷ ଟଙ୍କା ବିନିଯୋଗରେ ଭୁବନେଶ୍ଵର ଆରଡ଼ି ବିଭାଗ ମାଧ୍ୟମରେ ରାସ୍ତା କାର୍ଯ୍ୟ କରାଯିବ।

ଶିଳାନ୍ୟାସ ଉତ୍ସବରେ ବିଜୁ ଜନତା ଦଳ ମୋ ପରିବାର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଅନ୍ତର୍ଯ୍ୟାମୀ କୁଅଁର, ଭଗବାନ ଜେନା, ବସନ୍ତ ରଥ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ସମିତି ସଭ୍ୟା ତଥା ଭୁବନେଶ୍ଵର ଉତ୍ତର ପାଞ୍ଚ ପଞ୍ଚାୟତ ବିଜେଡି ଦଳର ନାରୀ ନେତ୍ରୀ ଝୁନା ରାଉତ, ନିର୍ମଳ ରାଉତ ଉପସ୍ଥିତ ରହିଥିଲେ।

The post ରାସ୍ତା କାର୍ଯ୍ୟ ଶୁଭାରମ୍ଭ କଲେ ବିଧାୟକ first appeared on Sambad.

from ଜିଲ୍ଲା | Sambad https://ift.tt/3kzUIeX