
ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଝାରସୁଗୁଡ଼ାର ୧୨୯ ବର୍ଷ ପୁରୁଣା ଡାକଘରକୁ ଐତିହ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ବ୍ରିଟିସ ଅମଳର ଏହି ଡାକଘର ୧୮୯୨ ମସିହାରେ ନିର୍ମିତ ହୋଇଥିଲା। ଏହା ସହିତ ବିଳାଶପୁର, ସମ୍ବଲପୁର ଓ ଚକ୍ରଧରପୁର ରେଳ ଡିଭିଜନର ଟ୍ରେନ ଲାଇନ ଗୁଡ଼ିକର ଏକୀକରଣ ହେବ ଓ ସେଗୁଡିକ ଝାରସୁଗୁଡ଼ା ଜଙ୍କସନରୁ ନିୟନ୍ତ୍ରିତ ହେବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଶ୍ରୀ ବୈଷ୍ଣବ ଝାରସୁଗୁଡା ଗସ୍ତରେ ଆସିଥିବାବେଳେ ରାଜ୍ୟ ବିଜେପି ସେକ୍ରେଟାରୀ ତଥା ଏସଇସିଏଲର ନିର୍ଦ୍ଦେଶକ ଟଙ୍କଧର ତ୍ରିପାଠୀ ତାଙ୍କୁ ଭେଟି ଏହି ଡାକଘରକୁ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ।
ଏହା ସହିତ ଝାରସୁଗୁଡ଼ା ରେଳ ଷ୍ଟେସନ ଓ ଜଙ୍କସନର ବିକାଶ ପାଇଁ ସେ ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ପୂର୍ବତଟ, ଦକ୍ଷିଣପୂର୍ବ, ଦକ୍ଷିଣ-କେନ୍ଦ୍ରୀୟ ଓ କୋଲକାତା ଜୋନ ଅଧୀନରେ ଆସୁଥିବା ରେଳ ଡିଭିଜନ ଗୁଡ଼ିକର ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଓ ବରଗଡ଼ ସାଂସଦ ଏବଂ ସମସ୍ତ ସ୍ଥାନୀୟ ବିଧାୟକ ଉପସ୍ଥିତ ରହିଥିଲେ।
The post ଝାରସୁଗୁଡ଼ାର ୧୨୯ ବର୍ଷ ପୁରୁଣା ଡାକଘରକୁ ଐତିହ୍ୟ ମାନ୍ୟତା ଦେଲେ ରେଳମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/306VEQZ
0 Comments