
ବାରିପଦା: ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି। ପୌର ନିର୍ବାଚନ ନେଇ ସଂରକ୍ଷଣ ତାଲିକା ମଙ୍ଗଳବାର ପ୍ରକାଶିତ ହୋଇଛି। ଏ ନେଇ ବିଜେଡିର ଶୀର୍ଷ ନେତୃବୃନ୍ଦ ତତ୍ପର ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ବାରିପଦାରେ ଦଳୀୟ ସଂଯୋଜକ ଓ ପର୍ଯ୍ୟବେକ୍ଷକଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ଯୋଜନା ରହିଛି।
ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନେତୃ୍ତ୍ବରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ ୫୬ ଜିଲ୍ଲାପରିଷଦ ଜୋନ୍, ବ୍ଲକ୍ ସଂଯୋଜକ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି/ସଭାନେତ୍ରୀଙ୍କ ସମେତ ବିଧାୟକ ସୁଶାନ୍ତ ରାଉତ(ବାପୁ), ରାଜ୍ୟ ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ସହପର୍ଯ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା, ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବହୁ ପ୍ରମୁଖ ନେତା ଉପସ୍ଥିତ ରହିବେ।
ଆଗକୁୁ ଆସୁଥିବା ଦୁଇ ନିର୍ବାଚନ ପୂର୍ବରୁ ଜିଲ୍ଲାରେ ବିଜେଡିର ସାଂଗଠନିକ ସ୍ଥିତି ସହିତ ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଉପରୋକ୍ତ ଦୁଇ ନିର୍ବାଚନକୁ ବେଶ୍ ଗୁରୁତ୍ବର ସହିତ ନେଇଛି ଦଳ। ଗତଥର ପଞ୍ଚାୟତ ନିର୍ବାଚନରେ ବିଜେଡି ସେତେଟା ସଫଳତା ପାଇନଥିଲା। ଏଥର କିନ୍ତୁ ଉକ୍ତ ନିର୍ବାଚନରେ ସଫଳତା ସାଉଁଟିବାକୁ ବିଜେଡି ଶୀର୍ଷ ନେତୃବୃନ୍ଦ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବୈଠକ ପରେ ଠାକୁରମୁଣ୍ଡାରେ ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା କାର୍ଯ୍ୟକ୍ରମ ରହିଛି।
The post ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ତତ୍ପରତା: ଦଳୀୟ ସଂଗଠନ ସ୍ଥିତି ନେଇ ଆଲୋଚନା ସମ୍ଭାବନା first appeared on Sambad.from ଜିଲ୍ଲା | Sambad https://ift.tt/3qp54lo
0 Comments