କପ୍ତିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରାଜା ଶ୍ରୀଦାମଚନ୍ଦ୍ର ପରାକ୍ରମ ଭୂଜଙ୍ଗ ମାନ୍‌ଧାତାଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି। ତାଙ୍କୁ ମାତ୍ର ୩୩ ବର୍ଷ ‌ହୋଇଥିଲା। କାମଳ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଶ୍ରୀଦାମଚନ୍ଦ୍ର ଆଜି ସକାଳ ୬ଟାରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ରାଜା ନବୀନ ଚନ୍ଦ୍ର ପରାକ୍ରମ ବାହୁ ଜୟଭୂଜଙ୍ଗ ମାନ୍‌ଧାତା ଓ ରାଣୀ ହିମାଂଶୁପ୍ରଭାଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଶ୍ରୀଦାମଚନ୍ଦ୍ର କଟକ ଜିଲ୍ଲା କଳକଳା ରାଜାଙ୍କ ଝିଅ ଶୁଭଶ୍ରୀ ଶୁଭଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ଆଜି ତାଙ୍କ ଅକାଳ ବିୟୋଗ ଖବର ଆସିବା ପରେ କପ୍ତିପଦାରେ ଶୋକର ଛାୟା ଖେଳିଯାଇଛି।

ଶ୍ରୀଦାମଚନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ସାନଭାଇ ସୌରଭଚନ୍ଦ୍ର ପରାକ୍ରମ ବାହୁ ଅଭିନବ ଭୂଜଙ୍ଗ ମାନ୍‌ଧାତାଙ୍କ ରାଜାଭିଷେକ କରାଯାଇଥିଲା।

The post କପ୍ତିପଦା ରାଜା ଶ୍ରୀଦାମଚନ୍ଦ୍ରଙ୍କ ଅକାଳ ବିୟୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3HhpzX4