
ଭଞ୍ଜନଗର : ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜମିର ପାଚିଲା ଧାନ ଏବେ ପାଣିରେ ଭାସୁଛି। ଏପଟେ ଫସଲ ସୁରକ୍ଷା ନେଇ ଚାଷୀ ଚିନ୍ତାରେ ପଡ଼ିଛି। ଗତକାଲି ଠାରୁ ମେଘୁଆ ପାଗ ରହିଥିବା ବେଳେ ଆଜି ସକାଳୁ ଅନବରତ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀ ନାଳ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି ଏବଂ ଚାଷ କାର୍ଯ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ବର୍ତମାନ ଧାନ ଫସଲ ଅମଳ ହେବା ସମୟ ହୋଇଥିବାରୁ ସେହି ଫସଲକୁ ସୁରକ୍ଷା ଦେବା ଚାଷୀକୁଳ ପାଇଁ ଚିନ୍ତାର କାରଣ ପାଲଟିଛି। ଅନେକ ଜାଗାରେ ଚାଷୀ ଫସଲ କାଟି ଜମିରେ ପକାଇ ରଖିଥିବା ବେଳେ ସେଥିରେ ବର୍ଷା ଜଳ ମାଡି ଯାଇଥିବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବର୍ଷ ଯାକର ଆହାର ଯୋଗାଡ଼ କରୁଥିବା ଚାଷୀ ପରିବାର କିଭଳି ସେମାନଙ୍କ କଷ୍ଟ ଅର୍ଜିତ ଫସଲକୁ ସୁରକ୍ଷିତ ରଖିପାରିବେ ସେଥି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।
ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରାକୃତିକ ବିପର୍ଯ୍ୟୟ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ନିଅଣ୍ଟିଆ ବର୍ଷା ପାଇଁ ବିଳମ୍ବରେ ତଳି ବୁଣା କାର୍ଯ୍ୟ ହୋଇଥିବା ବେଳେ ଜଳାଭାବ ଯୋଗୁଁ ଅନେକ ଜମି ପଡିଆ ରହିଥିଲା। କେନାଲ ଓ ନଦୀ ପାଣିକୁ ବ୍ୟବହାର କରି ଚାଷୀକୁଳ ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା। ବହୁ କଷ୍ଟରେ ଫସଲକୁ ବଞ୍ଚାଇ ରଖିଥିବା ବେଳେ ବର୍ତ୍ତମାନ ଅମଳ ସମୟରେ ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସଦୃଶ ପାଲଟିଛି। ଅନେକ ଜମିରେ ଧାନ କାଟି ପକାଇଥିବା ବେଳେ ତାହା ବର୍ଷା ଜଳରେ ବୁଡି ରହିଛି। ଆଉ କିଛି ଜମିରେ ଫସଲ ଧରିଥିବା ବେଳେ ବର୍ଷା ଫଳରେ ତାହା ଓହଳି ରହିଛି। ଏଭଳି ଯଦି ବର୍ଷା ଲାଗି ରହେ ତେବେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଆଜି ଭଞ୍ଜନଗର ଉପଖଣ୍ଡର ଆସିକା ବ୍ଲକ୍ରେ ସର୍ବାଧିକ ୪୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଶେରଗଡ଼ ବ୍ଲକ୍ରେ ୨୧ ମିମି, ସୋରଡ଼ା ଓ ବୁଗୁଡ଼ା ବ୍ଲକରେ ୪ ମିମି, ଭଂଜନଗରରେ ୩ ମିମି ଓ ବେଲଗୁଣ୍ଠରେ ୨ ମିମି ବର୍ଷା ରେକର୍ଡ କରାଯାଇଥିବା ଜଣାପଡ଼ିଛି।
The post ଚାଷୀ ମୁଣ୍ଡରେ ଚଡ଼କ : ଅମଳ ବେଳେ ବର୍ଷା, ଭାସିଲା ପାଚିଲା ଧାନ first appeared on Sambad.ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରାକୃତିକ ବିପର୍ଯ୍ୟୟ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ନିଅଣ୍ଟିଆ ବର୍ଷା ପାଇଁ ବିଳମ୍ବରେ ତଳି ବୁଣା କାର୍ଯ୍ୟ ହୋଇଥିବା ବେଳେ ଜଳାଭାବ ଯୋଗୁଁ ଅନେକ ଜମି ପଡିଆ ରହିଥିଲା। କେନାଲ ଓ ନଦୀ ପାଣିକୁ ବ୍ୟବହାର କରି ଚାଷୀକୁଳ ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା। ବହୁ କଷ୍ଟରେ ଫସଲକୁ ବଞ୍ଚାଇ ରଖିଥିବା ବେଳେ ବର୍ତ୍ତମାନ ଅମଳ ସମୟରେ ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସଦୃଶ ପାଲଟିଛି। ଅନେକ ଜମିରେ ଧାନ କାଟି ପକାଇଥିବା ବେଳେ ତାହା ବର୍ଷା ଜଳରେ ବୁଡି ରହିଛି। ଆଉ କିଛି ଜମିରେ ଫସଲ ଧରିଥିବା ବେଳେ ବର୍ଷା ଫଳରେ ତାହା ଓହଳି ରହିଛି। ଏଭଳି ଯଦି ବର୍ଷା ଲାଗି ରହେ ତେବେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଆଜି ଭଞ୍ଜନଗର ଉପଖଣ୍ଡର ଆସିକା ବ୍ଲକ୍ରେ ସର୍ବାଧିକ ୪୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଶେରଗଡ଼ ବ୍ଲକ୍ରେ ୨୧ ମିମି, ସୋରଡ଼ା ଓ ବୁଗୁଡ଼ା ବ୍ଲକରେ ୪ ମିମି, ଭଂଜନଗରରେ ୩ ମିମି ଓ ବେଲଗୁଣ୍ଠରେ ୨ ମିମି ବର୍ଷା ରେକର୍ଡ କରାଯାଇଥିବା ଜଣାପଡ଼ିଛି।
from ଜିଲ୍ଲା | Sambad https://ift.tt/3n8RPTH
0 Comments