
ଟିଟିଲାଗଡ଼: ବିଭିନ୍ନ କାରଣରୁ ପଡ଼ିକାର୍ଡ ତାଲିକାରୁ ହିତାଧିକାରୀଙ୍କ ନାମ କଟିଯାଇଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ତାଲିକାରୁ ବାଦ୍ ପଡ଼ିଥିବା ବଙ୍ଗୋମୁଣ୍ଡା ବ୍ଲକ୍ ଅଲଣ୍ଡା ପଞ୍ଚାୟତବାସୀ ଶୁକ୍ରବାର ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମାଜସେବୀ ଅନିଲ ତ୍ରିପାଠୀଙ୍କ ତତ୍ତ୍ବାବଧାନ ଓ ଯୁବନେତା ଯୁବରାଜ ବାଗଙ୍କ ନେତୃତ୍ବରେ ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ଅସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହା ଉପରେ ଉପଜିଲ୍ଲାପାଳ ଶ୍ରୀ ମହାଜନ ତୁରନ୍ତ ବଙ୍ଗୋମୁଣ୍ଡା ଯୋଗାଣ ନିରୀକ୍ଷକଙ୍କୁ ଅଲଣ୍ଡା ପହଞ୍ଚି କାର୍ଡ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଶୀଘ୍ର ଏହାର ସମାଧାନ ହେବ ବୋଲି ଅଭିଯୋଗକାରୀମାନଙ୍କୁ ଆଶ୍ବାସନା ଦେଇଥିଲେ। ଏଥିରେ ହେମନ୍ତ ସାହୁଙ୍କ ସହ ଅଲଣ୍ଡା ପଞ୍ଚାୟତର ହରେନ୍ଦ୍ର ବାଗ, ରାସେଶ୍ୱର ପୁରୋହିତ, କାଳିଆ ହଂସ, ଉନଲୁ ହଂସ, ଅଖିଳ ଭୋଇ, ପୁରୁସ୍ତମ ଭୋଇ, ପ୍ରତାପ ଭୋଇ, ତୁଳସା ମାଝୀ, ନଳିନୀ ମାଝୀ, ନିରୁ ମାଝୀ, ନରହରି ପୁଞ୍ଜି, ପଦ୍ମିନୀ ପରାଭୁଏ ପ୍ରମୁଖ ଉପସ୍ଥିତ ଥିଲେ।
The post ପଡ଼ିକାର୍ଡରେ ନାମ ଯୋଡ଼ିବାଙ୍କୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3re2zmu
0 Comments