ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରୁଆଳି ଗ୍ରାମରେ ଗତ ଅକ୍ଟୋବର ମାସରେ ଘଟିଥିବା ନବ ବଧୂ ମୃତ୍ୟୁ ମାମଲାରେ ତେଲକୋଇ ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲା ଗ୍ରାମର ସୁବାସ ଖିଲାରଙ୍କ ପୁଅ କିଶୋର ଖିଲାର (୩୫)।

ପୁଲିସ ସୂଚନା ଅନୁସାରେ ସୁବାସ ଖିଲାର ଦୁଇ ବର୍ଷ ପୂର୍ବେ ବାଂଶପାଳ ଥାନା କଲଣ୍ଡା ଗ୍ରାମର କୁମୁଦିନୀ ଖିଲାରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିଭିନ୍ନ ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଘଟଣା ଦିନ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ମଧ୍ୟାହ୍ନ ସମୟରେ କୁମୁଦିନୀଙ୍କ ଝୁଲନ୍ତା ମୃତ ଦେହ ସରୁଆଳିସ୍ଥିତ ଶ୍ବଶୁର ଘର ରୋଷେଇ ଘରୁ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁକୁ ନେଇ ସେତେବେଳେ ତେଲକୋଇ ଥାନା ପକ୍ଷରୁ ୪୧/୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ମୃତ କୁମୁଦିନୀଙ୍କ ବାପଘର ଲୋକେ ଝିଅକୁ ମାନସିକ ଓ ଶାରୀରିକ ଅତ୍ୟାଚାର ଦେଇ ମାରି ଦେଇଥିବା ଅଭିଯୋଗ କରିବା ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା । ଅପମୃତ୍ୟୁ ମାମଲାରୁ ହତ୍ୟା ମାମଲା ରୁଜୁ ହେଲା । ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତ ସ୍ବାମୀ କିଶୋର ଖିଲାରଙ୍କୁ ଥାନା କେଶ୍ ନମ୍ବର ୧୧୯/୨୧ ଦଫା ୩୦୨,୩୪ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

The post ନବବଧୂ ହତ୍ୟା ଘଟଣାରେ ସ୍ୱାମୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3p7TR6F