
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ୍-୨୦୨୧) ଡିସେମ୍ବର ୬ତାରିଖ ଦିନ ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ରାଜ୍ୟର ୩୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ନବମ ଶ୍ରେଣୀରେ ପଢ଼ୁଥିବା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ଯୋଗ୍ୟ। ପରୀକ୍ଷା ପାଇଁ ମୋଟ ୫୫ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି।
The post ଏନ୍ଆର୍ଟିଏସ୍ ପରୀକ୍ଷା ଜାନୁଆରି ୬ରେ first appeared on Sambad.from ଜିଲ୍ଲା | Sambad https://ift.tt/3rmAl99
0 Comments