
ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହାତୀଦରି-ଧାତିକା ରାସ୍ତାରୁ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ଉଦ୍ଧାର କରିଛି ପୁଲିସ। ସମ୍ପୃକ୍ତ ଯୁବକଙ୍କୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ରବିବାର ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୨୫ରୁ ୩୦ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ମୁଣ୍ଡରେ ପଥର ଛେଚି ଦିଆଯାଇଥିବାରୁ ଶବ ଚିହ୍ନଟ କରିବାରେ ସମସ୍ୟା ହେଉଛି। ପୁଲିସ ମୃତଦେହ ଜବତ କରି ଶବଗୃହରେ ରଖିଛି। ଏନେଇ ବାମେବାରୀ ପୁଲିସ କେସ୍ ନମ୍ବର ୧୬୧/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଯୁବକଙ୍କୁ ପଥରରେ ଛେଚି ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3HNxsUo
0 Comments