ସାକ୍ଷୀଗୋପାଳ : ଶକ୍ରବାର ଦିନ କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି, ପବିତ୍ର ଅଁଳା ନବମୀ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ। ବର୍ଷକରେ ଏହି ଗୋଟିଏ ଦିନ ଭକ୍ତଙ୍କୁ ମା’ ରାଧାରାଣୀଙ୍କ ପାଦପଦ୍ମ ଦର୍ଶନର ସୁଯୋଗ ମିଳିଥାଏ। ତେବେ ସରକାରଙ୍କର କୋଭିଡ କଟକଣା , ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି, ମନ୍ଦିର ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡିଂ ଯୋଗୁ ଶ୍ରଦ୍ଧାଳୁମାନେ ଏହି ଦୁର୍ଲ୍ଲଭ ପାଦଦର୍ଶନରୁ ବଞ୍ଚିତ ହୋଇଛନ୍ତି।

The post ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ରାଧାରାଣୀଙ୍କ ପାଦ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ first appeared on Sambad.

from ଜିଲ୍ଲା | Sambad https://ift.tt/30i3O9b