ଚନ୍ଦାହାଣ୍ଡି : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍‌ ସନ୍‌ ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ବ୍ଲକ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ହରତାଳ କରାଯାଇଛି। କଂଗ୍ରେସ ନେତା ଓ କର୍ମୀ ସମୂହ ମୁଣ୍ଡନ ‌ହୋଇ ପ୍ରତିବାଦ କରିଛନ୍ତି। ଆଜି ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ଦୋକାନବଜାର ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରେ ଚନ୍ଦାହାଣ୍ଡି ସଦର ମହକୁମାର ଚାରି ଛକରେ କଂଗ୍ରେସ ନେତା ଓ କର୍ମୀ ବସି ଶାନ୍ତିପୂର୍ଣ୍ଣ ଉପାୟରେ ହରତାଳ କରିଥିଲେ।

The post ଚନ୍ଦାହାଣ୍ଡିରେ କଂଗ୍ରେସର ଅଭିନବ ହରତାଳ: ସାମୂହିକ ମୁଣ୍ଡନ ହୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ first appeared on Sambad.

from ଜିଲ୍ଲା | Sambad https://ift.tt/3HkxH9c