ସୁନ୍ଦରଗଡ଼: ବିଜେପି ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ନଭେମ୍ବର ୧ ତାରିଖରେ ଏହି ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରି ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ସୂଚୀତ କରିଛନ୍ତି। ଶ୍ରୀ ତ୍ରିପାଠୀ ଅସ୍ଥାୟୀ ନିର୍ଦ୍ଦେଶକ ଭାବେ ବୋର୍ଡରେ ୩ ବର୍ଷ କାର୍ଯ୍ୟ କରିବେ। ସୁନ୍ଦରଗଡ଼ର ଏହି ଯୁବନେତାଙ୍କ ନିଯୁକ୍ତିକୁ ନେଇ ବିଜେପି ଶିବିରରେ ବେଶ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲା ବିଜେପି ଯୁବ ସଭାପତି ଅମୀୟ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଜେପି କର୍ମକର୍ତ୍ତା ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ଟଙ୍କଧର ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ  first appeared on Sambad.

from ଜିଲ୍ଲା | Sambad https://ift.tt/3BNihXm