
ଚୁଡ଼ାପାଲି: ବଲାଙ୍ଗୀର ସଦର ବ୍ଲକ୍ ଚୁଡ଼ାପାଲି ମେହେରପଡ଼ାଠାରେ ମମିତା ମେହେର ହତ୍ୟା ମାମଲାର ପୀଡ଼ିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସହ ହତ୍ୟାକାରୀ ଓ ଷଡ୍ଯନ୍ତ୍ରକାରୀମାନଙ୍କୁ କଠୋର ଦଣ୍ଡବିଧାନ ଦାବିରେ ଚୁଡ଼ାପାଲି କଂଗ୍ରେସ ଓ ସ୍ଥାନୀୟ ମେହେର ସମାଜ ପକ୍ଷରୁ ପଦଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ଶତାଧିକ କଂଗ୍ରେସ କର୍ମୀ ଓ ଚୁଡ଼ାପାଲି ମେହେର ସମାଜର ସଦସ୍ୟମାନଙ୍କ ସହିତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରା ପରେ ସ୍ଥାନୀୟ ମେହେରପଡ଼ାଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା।
ପ୍ରତିବାଦ ସଭାରେ ସ୍ଥାନୀୟ ମେହେରପଡ଼ାବାସୀ ବିଧାୟକଙ୍କୁ ଏହି ସମ୍ବନ୍ଧୀୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଘାସିରାମ ବେହେରା, ଲୋକନାଥ କୁମୁରା, ବିଜୟ ମେହେର, ରାମଚନ୍ଦ୍ର ମେହେର, ବଟୁ ମେହେର, ସୁଶୀଳ ବେହେରା, ଅକ୍ଷୟ ଘିବେଲା, ପଙ୍କଜ ମାଲ, କୁଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
The post ମମିତା ମେହେର ହତ୍ୟା ମାମଲା, ନ୍ୟାୟ ଦାବିରେ ପଦଯାତ୍ରା ଓ ପ୍ରତିବାଦ ସଭା first appeared on Sambad.from ଜିଲ୍ଲା | Sambad https://ift.tt/2ZXVjiJ
0 Comments