
ସିଂହପୁର: ବିଂଝାରପୁର ଥାନାର ସିଂହପୁର ବ୍ରାହ୍ମଣୀପାଟଣା ଦଳିତ ସାହି ନିକଟରେ ଶନିବାର ସ୍ଥାନୀୟ ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପିଏସଓ ଓ ହରିଜନସାହି ଲୋକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଶ୍ରୀମତୀ ମଲ୍ଲିକ ନିଜ ଗାଡ଼ିରେ ଜରି ପଞ୍ଚାୟତ ଅଭିମୁଖେ ଯାଇଥିବା ବେଳେ ରାସ୍ତାରେ ଗାଡ଼ି ଜାମ୍ ହୋଇଥିଲା। ଏଥିରେ ଶ୍ରୀମତୀ ମଲ୍ଲିକଙ୍କ ପିଏସଓ ଗାଡ଼ିରୁ ଓହ୍ଲାଇ ସେଠାରେ ଥିବା ଯୁବକଙ୍କୁ ଗାଳିଗୁଲଜ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। କିଛି ସ୍ଥାନୀୟ ବୟସ୍କ ଲୋକ ଓ ଶ୍ରୀମତୀ ମଲ୍ଲିକ ବୁଝାସୁଝା କରିବା ପରି ପରିସ୍ଥିତି ଶାନ୍ତ ହୋଇଥିଲା।
The post ପ୍ରମିଳା ମଲିକଙ୍କ ପିଏସଓ ଓ ଗ୍ରାମବାସୀ ମଧ୍ୟରେ ଗଣ୍ଡଗୋଳ first appeared on Sambad.from ଜିଲ୍ଲା | Sambad https://ift.tt/30pACgp
0 Comments