
ବ୍ୟାସନଗର/ସୁକିନ୍ଦା : ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରି ଫେରିବା ପରେ ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କୁ ବ୍ୟାସନଗର ଓ ସୁକିନ୍ଦାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ୟାସନଗର ଦଳାଛକଠାରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
ସେହିପରି ପଦ୍ମଶ୍ରୀ ନନ୍ଦସାର୍ ଅପରାହ୍ଣରେ ସୁକିନ୍ଦାରେ ପହଞ୍ଚିବା ପରେ ରଥଛକରେ ସୁକିନ୍ଦା ପ୍ରଶାସନ ଓ ସୁକିନ୍ଦା ବିଜୁଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ସୁକିନ୍ଦା ବିଡିଓ ତାପସ ସେଠୀ, ତହସିଲଦାର କାବେରୀ ମୁଦୁଲି, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ବ୍ଲକ ଯୁବବିଜେଡି ସଭାପତି ସୁଜିତ ରାଉତ ଉପସ୍ଥିତ ରହି ନନ୍ଦସାର୍ଙ୍କୁ ସ୍ବାଗତ କରିଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ନନ୍ଦ ସାର୍ଙ୍କୁ ତାଙ୍କ ଜନ୍ମସ୍ଥାନ ବର୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମକୁ ନିଆଯାଇଥିଲା।
The post ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା first appeared on Sambad.from ଜିଲ୍ଲା | Sambad https://ift.tt/3wF2rNt
0 Comments