ଜୟପୁର :  କୋଟିଆ ଗ୍ରାମପୁଂଜ ଆନ୍ଧ୍ରର ବୋଲି ସୋସିଆଲ ମିଡିଆରେ ସାଲୁର ବିଧାୟକ କରିଥିବା ଦାବିକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ସହ ସୀମା ନିର୍ଦ୍ଧାରିତ ହେଇଥିଲା।  ଏହାର ୨୦ବର୍ଷ ପରେ  ଆନ୍ଧ୍ର ପ୍ରଦେଶର ୧୯୫୬ ମସିହାରେ ରେ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇଲା। ୨୦ ବର୍ଷ ଆଗରୁ ଓଡ଼ିଶାର ନିର୍ଦ୍ଧାରିତ ସୀମା କୁ ଏବେ କିପରି ଭାବରେ ଆନ୍ଧ୍ର ନିଜର ବୋଲି କହୁଛି।

ମାନ୍ୟବର ସୁପ୍ରିମକୋର୍ଟ କୋଟିଆ ବିବାଦକୁ ନେଇ ସ୍ଥିତାବସ୍ଥା ଜାରି କରିବା ସହ ଏବେ ବିଚାରାଧୀନ ରହିଛି। ଏପରି ସମୟରେ ଏହା ପରିସରରେ ପ୍ଲେକ୍ସ , ହୋଡିଂ ଲଗାଇବା ସହ ଗ୍ରାମାଂଚଳର ଲୋକଙ୍କର ସହମତି ଦସ୍ତଖତ ଜାଲ୍ କରି ନେବା କେତେ ଦୁର ଯୁକ୍ତିଯୁକ୍ତ। ମାନ୍ୟବର ସୁପ୍ରିମକୋର୍ଟକୁ ଆନ୍ଧ୍ର ପ୍ରଶାସନ ଓ ନେତା କେତେ ସମ୍ମାନ ଦେଉଛନ୍ତି ତାହା ସ୍ପଷ୍ଟ ରୁପେ ଅନୁମେୟ। ସାଲୁର ବିଧାୟକ ଏଭଳି କରାଇବା କେତେ ଦୁର ଯୁକ୍ତିଯୁକ୍ତ ।  ଗଣତାନ୍ତ୍ରିକ ପଦ୍ଧତିରେ ଏ ଦେଶ ଚାଲିଛି , ଗଣତନ୍ତ୍ର ବିରୋଧୀ କାର୍ଯ୍ୟକଳାପ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ବାହିନୀପତି। କୋଟିଆ କୋରାପୁଟ ଜିଲ୍ଲାର ଅବିଚ୍ଛେଦ୍ୟ ଅଙ୍ଗ। ଇଂଚେ ଜମିବି କାହାରିକୁ ଦିଆଯିବନି। ଏହା ସ୍ବାଭିମାନର ପ୍ରଶ୍ନ ବୋଲି କହିଛନ୍ତି ବିଧାୟକ ବାହିନୀପତି। ଜଣେ କୋରାପୁଟିଆ ହିସାବ ରେ ମୋର ତଥା ପ୍ରତ୍ୟେକ କୋରାପୁଟିଆଙ୍କ କର୍ତ୍ତବ୍ୟ ଏହାକୁ ବିରୋଧ କରିବା।  ମୂଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଏ ବିଷୟରେ ହସ୍ତକ୍ଷେପ ନ’ କରନ୍ତି ତା’ ହେଲେ ଆଗାମୀ ଦିନରେ ଏ ଆନ୍ଦୋଳନ କୁ ତୀବ୍ର କରାଯିବ । କୋରାପୁଟ ଜିଲ୍ଲାବାସୀଙ୍କୁ ନେଇ ସେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସାଲୁର ବିଧାୟକ ଓଡିଆ ଓ ତେଲୁଗୁ ଭାଷାକୁ‌ ନେଇ ଉପୁଜାଉଥିବା ବିବାଦରେ ତୁରନ୍ତ କ୍ଷମା ମାଗନ୍ତୁ ଏବଂ ସେ କରିଥିବା କରିତକର୍ମା କାମ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଛନ୍ତି ଜୟପୁର ବିଧାୟକ। କୋରାପୁଟ ଜିଲ୍ଲା ଭାରତ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ରହିଛି ।ଏ ମାଟି ସ୍ବାଭିମାନ ର ମାଟି ଏଠି ଜବର ଦଖଲ କୁ ସହ୍ୟ କରାଯିବ ନାହିଁ । ଦରକାର ପଡିଲେ ରକ୍ତ ବୁହାଇ ସଂଘର୍ଷ ପାଇଁ ବି ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ବିଧାୟକ ବାହିନୀପତି। କିଛି ମଧ୍ୟସ୍ଥି ଟଙ୍କା ଓ ଅନ୍ୟାନ୍ୟ ଲାଳସାରେ ‌ଆନ୍ଧ୍ରକୁ ସମର୍ଥନ କରୁଛନ୍ତି। ଅସହ୍ୟ ହେଲେ ସେମାନଙ୍କୁ ବି ଠିକଣା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ।

 

The post କୋଟିଆ କୋରାପୁଟର ଅବିଚ୍ଛେଦ୍ୟ ଅଙ୍ଗ : ସାଲୁର ବିଧାୟକଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଲେ ତାରା first appeared on Sambad.

from ଜିଲ୍ଲା | Sambad https://ift.tt/3DbXUod