
ବରଗଡ଼ : ବରଗଡ଼ ସହରର ସୁପର ମାର୍କେଟ୍ ସମ୍ମୁଖରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି। କଂଗ୍ରେସ କର୍ମୀମାନେ ରାତି ପ୍ରାୟ ୮ଟା ୪୫ରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଟୁକୁନୀ ସାହୁ ବରଗଡ଼ ଆସିଥିଲେ। ତାଙ୍କୁ ପାଛୋଟି ନେଉଥିବା ଏସ୍କଟ୍ ଗାଡ଼ି ପାର ହୋଇଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ିକୁ କଗ୍ରେସ କର୍ମୀମାନେ ରାତିର ଉଭୟ ପଟରୁ ପାଖାପାଖି ୧୦ଟି ଅଣ୍ଡା ମାଡ଼ କରିଥିଲେ। ସେହିପରି ଅନ୍ୟ ଏକ ଭିଆଇପିଙ୍କ ଗାଡ଼ି ଉପରେ ବି ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ମମିତା ମେହେରଙ୍କ ପରିବାରକୁ ନ୍ୟାୟ ନମିଳିବା ଯାଏ ଏଭଳି ବିରୋଧ ଜାରି ରହିବ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
The post ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ first appeared on Sambad.from ଜିଲ୍ଲା | Sambad https://ift.tt/3CaAHBA
0 Comments