ବଲାଙ୍ଗୀର : ବଲାଙ୍ଗୀରରେ ଆରମ୍ଭ ହୋଇଛି ଫେନ୍ସିଂ ପ୍ରତିଯୋଗିତା। ବଲାଙ୍ଗୀର ଜିଲ୍ଲା ଫେନସିଂ ଆସୋସିଏସନ ପକ୍ଷରୁ ସାରା ରାଜ୍ୟରୁ ଆସିଥିବା ଖେଳାଳିମାନଙ୍କୁ ପାଞ୍ଚଦିନ ଧରି କୋଚିଂ ଦିଆଯିବା ପରେ ଶନିବାର ଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଠାରୁ ଚୟନ କରାଯାଇଥିବା ପ୍ରତିଯୋଗୀମାନେ ଆଗକୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ବଲାଙ୍ଗୀର କିସ୍‌ କ୍ୟାମ୍ପସରେ ଓଡ଼ିଶା ଷ୍ଟେଟ ଫେନ୍ସିଂ ଆସୋସିଏସନର ସହାୟତାରେ ବଲାଙ୍ଗୀର ଜିଲ୍ଲା ଫେନ୍ସିଂ ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗତ ୧ ତାରିଖରୁ ୫ ତାରିଖ ପାର୍ଯ୍ୟନ୍ତ କିସ୍‌ କ୍ୟାମ୍ପସରେ ୧୫୦ ଜଣ ଖେଳାଳିଙ୍କୁ ନେଇ କୋଚିଂ କ୍ୟାମ୍ପ ହୋଇଥିଲା। ଆଗକୁ ଦୁଇଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ସାରା ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାର ୨୦୦ ଜଣ ଖେଳାଳି ଏଥିରେ ଭାଗ ନେଇଛନ୍ତି। ୨୦୦ ଜଣଙ୍କ ଭିତରୁ ୬୦ ଜଣ ଖେଳାଳିଙ୍କୁ ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଯିବ ବୋଲି କୁହାଯାଇଛି। ଏହି ପ୍ରତିଯୋଗିତାକୁ ଫେନ୍ସିଂ ଏସୋସିଏସନର ରାଜ୍ୟ ସଂପାଦକ ଡିକେ ସାହୁ, ଜିଲ୍ଲା ସଭାପତି ସୁମିତ ପୁରୋହିତ, ରଶ୍ମିତା ପୁରୋହିତ, କୋଚ କରିସ୍ମା ରାଉତ, ସୁକାନ୍ତ ସେଠ, ସାଇନା ନାୟକ, ଶ୍ୱେତଲନା ବକ୍ସି, ଅନୁରାଗ ଚୌଧୁରୀ, ଭି. ଜନସନ ସାଲୋମନ ପ୍ରମୁଖ ପରିଚାଳନା କରୁଛନ୍ତି।

The post ରାଜ୍ୟସ୍ତରୀୟ ଫେନ୍ସିଂ ପ୍ରତିଯୋଗିତା ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/301pupz