
ଲୋଇସିଂହା : ଲୋଇସିଂହା ବ୍ଲକ୍ କୁଶମେଲ ଗ୍ରାମ ନିକଟରେ ଏକ ଚାଷଜମିରେ ବାର୍ହା ମାରିବା ପାଇଁ ଖଞ୍ଜାଯାଇଥିବା ବିଦ୍ୟୁତ୍ ତାର ଜବତ କରାଯାଇଛି। ଏହି ମାମଲାରେ ସେହି ଗାଁର ଦୁତୀୟା ସାହୁଙ୍କୁ ଗିରଫ କରାଯାଇଛି।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ରାତିରେ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଥିଲା। ଶୁକ୍ରବାର ରାତିରେ ନିକଟସ୍ଥ ଜଙ୍ଗଲରେ ଦୁତୀୟା ସାହୁ ବିଦ୍ୟୁତ ଖୁଣ୍ଟରୁ ତାର ଟାଣି ଜମି ନିକଟରେ ବାର୍ହା ମାରିବା ପାଇଁ ଖଞ୍ଜିଥିବା ଦେଖି ନିକଟସ୍ଥ ପୁଲିସ ଏବଂ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ବନ ବିଭାଗ କର୍ମଚାରୀ ଆସି ଜମିର ଚାରିପଟେ ଲାଗିଥିବା ବାଇଣ୍ଡିଂ ତାର, ବିଦ୍ୟୁତ ତାର ଓ ତଳେ ବିଛା ଯାଇଥିବା ଟେଲିଫୋନ୍ ତାର ଜବତ କରିଥିଲେ। ଏହା ସହ ଦୁତୀୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
The post ବାର୍ହା ଶିକାର ପାଇଁ ଖଞ୍ଜାଯାଇଥିବା ବିଦ୍ୟୁତ ତାର ଜବତ, ଜଣେ ଗରିଫ first appeared on Sambad.from ଜିଲ୍ଲା | Sambad https://ift.tt/31wqO4h
0 Comments