ଘଟଗାଁ: ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ପରିଚାଳନା ବୋର୍ଡ ସଦସ୍ୟ ଦୟାନିଧି ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ପୁଲିସ କର୍ମଚାରୀ ଅଶୋକ ରାଉତ ଓ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୯ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା।

ମନ୍ଦିର କର୍ମଚାରୀ ଅକ୍ଷୟ କୁମାର ବେହେରା, ଅବନୀ ଜେନା, ହରେକୃଷ୍ଣ ପଲେଇ, ଶରତ ବେହେରା, ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ, ରଞ୍ଜନ କୁମାର ସାହୁ, ଗଗନ ବଳ, ନବୀନ ମହନ୍ତ, ଦେବଦତ୍ତ ବଳ, ଚନ୍ଦ୍ରା  ମୁଖୀ, ନାରାୟଣ ମୁଖୀ, ପ୍ରାଣବନ୍ଧୁ ସରାଡ଼ିଆ, ସନାତନ ନାଏକ, ଚକ୍ରଧର ନାଏକ, ଅରୁଣ ନାଏକ, ଶ୍ରୀକାନ୍ତ ଦେହୁରୀ, ଶଂକର୍ଷଣ ନାଏକ, ହରିହର ମହନ୍ତ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ କର୍ମଚାରୀ ଗାୟତ୍ରୀ ଖୋସଲା ଓ କୁଳମଣି ମହାନ୍ତ ଗଣତି କାର୍ଯ୍ୟ କରିଥିଲେ। ହୁଣ୍ଡିରୁ ୨୧ ଲକ୍ଷ ୪୬ ହଜାର ୨୩୦ ଟଙ୍କା, ୭୯ ଗ୍ରାମ ୬୩୦ ମିଲିଗ୍ରାମ ସୁନା ଏବଂ ୧ କେଜି ୬୦୯ ଗ୍ରାମ ୮୬୦ ମିଲିଗ୍ରାମ ରୁପା ମିଳିଥିବା ଜଣାପଡ଼ିଛି।

The post ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୧ ଲକ୍ଷ first appeared on Sambad.

from ଜିଲ୍ଲା | Sambad https://ift.tt/3I7xMNZ