ଖୋର୍ଦ୍ଧା: ଆଜି ସକାଳେ ସଦର ଥାନା ଅଧୀନ ଦୁର୍ଗାପୁର ପଞ୍ଚାୟତ ବୋତଳମା ନିକଟରୁ ସନ୍ତୋଷ ବେହେରାଙ୍କ ମୃତଦେହକୁ ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ସଂଧ୍ୟାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପରିବାର ସଦସ୍ୟ ଆତ୍ମହତ୍ୟା ପଛରେ ପୁଲିସକୁ ଦାୟୀ କରି ମୃତଦେହକୁ ଥାନା ସମ୍ମୁଖରେ ରଖି ପ୍ରାୟ ଦେଢ଼ ଘଣ୍ଟା ଧାରଣାରେ ବସିଥିଲେ ।

ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଜଣେ ମକା ମଞ୍ଜି ବ୍ୟବସାୟୀଙ୍କ ଠାରେ ସନ୍ତୋଷ ସେଲ୍ସମ୍ୟାନ ଭାବେ କାମ କରୁଥିଲେ । ତେବେ ସେ ନିଜ ମାଲିକଙ୍କ ଠାରୁ ପ୍ରାୟ ୧୫-୧୬ଲକ୍ଷ ଟଙ୍କାର ମକାମଂଜି ନେଇ ବିକ୍ରି କରିଥିଲେ । ତାଙ୍କ ଠାରୁ ଯେଉଁ ବ୍ୟକ୍ତି ମକା ମଂଜି ନେଇଥିଲା ସେ ଟଙ୍କା ଫେରାଉ ନଥିଲା । ଫଳରେ ମାଲିକ ଓ ଅନ୍ୟମାନ ସନ୍ତୋଷ ଉପରେ ଟଙ୍କା ଫେରାଇବା ପାଇଁ ଚାପ ପକାଉଥିଲେ । ଶେଷରେ ସନ୍ତୋଷ ମାଲିକଙ୍କ ପରାମର୍ଶରେ ମଂଜି ନେଇ ଟଙ୍କା ଦେଉନଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ କହିଥିଲେ । ଏନେଇ ସନ୍ତୋଷ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ ଏହି ଅଭିଯୋଗକୁ ଗ୍ରହଣ କରିନଥିଲେ । ଏଣୁ ସନ୍ତୋଷ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ଶେଷରେ ଏସ୍ଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ସେମାନଙ୍କୁ ବୁଝାଶୁଝା କରିଥିଲେ ।

The post ସନ୍ତୋଷ ବେହେରା ଆତ୍ମହତ୍ୟା ମାମଲା: ଶବ ଧରି ପରିବାର ଲୋକଙ୍କ ଥାନା ସମ୍ମୁଖରେ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3wWLMoQ