
ପଣ୍ତାପଡା: କୁଡୁମୀ ସଂପ୍ରଦାୟର ପଟ୍ଟାଭୁକ୍ତ ଜମିରେ ପ୍ରଶାସନ ୧୪୪ ଧାରା ଜାରି କରିଥିବା ସତ୍ତ୍ବେ କେତେକ ଜୁଆଙ୍ଗ ଲୋେ ସେହି ଜମିରେ ଧାନ କାଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଏହାକୁ ନେଇ କୁଡୁମୀ ସଂପ୍ରଦାୟର ଶହଶହ ଲୋକ ପଣ୍ଡାପଡ଼ା ଥାନା ଘେରାଉ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତୁରନ୍ତ ଏଦିଗରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୁଡୁମୀ ସଂପ୍ରଦାୟ ଚେତାବନୀ ଶୁଣାଇଛି।
ପଣ୍ତାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ଗ୍ରାମର କୁଡୁମି ସମ୍ପ୍ରଦାୟଙ୍କ କେତେକ ପଟ୍ଟାଭୁକ୍ତ ଜମିରେ ପ୍ରଶାସନ ପକ୍ଷରୁ ଗତ ୭ଅକ୍ଟୋବରରେ କୁଡୁମିଙ୍କ ୧୪୪ଧାରା ଲାଗୁ କରାଯାଇଛି। ଜୁଆଙ୍ଗ ଲୋକେ ନିୟମ ନମାନି ସେହି ଜମିରେ ହୋଇଥିବା ଧାନ ଫସଲକୁ କାଟୁଛନ୍ତି। ୧୪୪ଧାରା ଲାଗୁ ହୋଇଥିବା ସ୍ଥାନରୁ କଟା ହୋଇଥିବା ଧାନକୁ ଜବତ ଓ ଧାନ କାଟିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ କୁଡୁମୀ ଲୋକେ ଦାବି କରିଛନ୍ତି। ଏସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
ଏସମ୍ପର୍କରେ ଜଙ୍ଘିରା ରାଜସ୍ବ ନିରୀକ୍ଷକ ଲକ୍ଷ୍ମୀନାରାୟଣ ମହାନ୍ତଙ୍କୁ ଯୋଗାଯୋଗ କରିବାରୁ ଏଦିଗରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଥାନା ଅଧିକାରୀ ପ୍ରଶାନ୍ତକୁମାର ସେଠୀଙ୍କୁ ପଚାରିବାରୁ ଚିହ୍ନଟ ନହେବାଯାଏଁ ଉକ୍ତ ଜମିକୁ ଉଭୟ ପକ୍ଷ ନଯିବା ପାଇଁ ଲୋକଙ୍କୁ କୁହାଯାଇଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମର ଶତାଧିକ କୁଡୁମୀ ସଂପ୍ରଦାୟର ଲୋକେ ଦାବି ଜଣାଇଛନ୍ତି।
The post ଜୁଆଙ୍ଗଙ୍କ ୧୪୪ ଭଙ୍ଗ: ଥାନା ଘେରିଲେ କୁଡୁମି ସଂପ୍ରଦାୟ first appeared on Sambad.from ଜିଲ୍ଲା | Sambad https://ift.tt/3c5peIU
0 Comments