ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଉଛି। ଗୁରୁବାର ଭବାନୀପାଟଣା ଟାଉନ୍‌ ଥାନା ପକ୍ଷରୁ ୩ ସ୍ଥାନରେ ଚଢ଼ଉ କରାଯାଇ ୩ଜଣକୁ ଅଟକ ରଖି ପୋଲିସ ତଦନ୍ତ କରୁଛି।

ସହରର ଦେବାନସାହେବ ପଡ଼ାର ଏକ ଭଡ଼ା ଘରେ ବିଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ବେକାର ଯୁବକ ଓ ବ୍ୟକ୍ତିଙ୍କୁ ରଖି ତାଲିମ ଦିଆଯାଉଥିଲା। ଚାକିରି ପାଇବାକୁ ହେଲେ ସେମାନଙ୍କୁ ୫ହଜାର ଜମା କରିବାକୁ କୁହାଯାଉଥିଲା। ଡାଟା ଅପରେଟର, ଅଫିସ କାମ ଭଳି ନିଯୁକ୍ତି ଦିଆଯିବା ପ୍ରଲୋଭନ ଦେଖାଇ ପରେ ଚେନ୍‌ ସିଷ୍ଟମ ବ୍ୟବସାୟରେ ଲଗାଯାଉଥିଲା। କିଛି ଯୁବକଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହେଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଟାଉନ୍‌ ଥାନା ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ବରେ ଏକ ଟିମ୍‌ ଶମ୍ଭୁନଗରପଡ଼ା ଓ ବଡ଼ପଡ଼ାରେ ଥିବା ୩ ଭଡ଼ା ଘର ଉପରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସମସ୍ତ ପିଲାଙ୍କୁ ଛାଡ଼ି ଦିଆଯାଇଥିଲା। ଏହାର ମାଷ୍ଟରମାଇଣ୍ଡ ୩ଜଣଙ୍କୁ ପୁଲିସ ଜେରା କରୁଛି। ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଓ କିଭଳି ଠକେଇ ନେଟ୍‌ୱର୍କ ଚାଲିଛି ପୁଲିସ ଖୋଲତାଡ଼ ଆରମ୍ଭ କରିଛି।

The post କଳାହାଣ୍ଡି: ଚାକିରି ଦେବା ନାଁରେ ଠକେଇ, ଯୁବକମାନଙ୍କୁ ଗୃହବନ୍ଦୀ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/30n95Mr