କୋରାପୁଟ : ଆନ୍ଧ୍ରର କୋଟିଆ ଅଭିଯାନରେ କିଏ ହୋଇଛି ସାରଥୀ । କେଉଁ ୬ ଜଣ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ୨୨ଟି ଗାଁରୁ ସମର୍ଥନ ପତ୍ର ଲେଖାଇ ନେଇଛନ୍ତି । କାହା ଇଙ୍ଗିତରେ ହୋଇଛି କୋଟିଆ ଅଭିଯାନ । ଏହାର ତଥ୍ୟ ଲାଗିଛି ‘ସମ୍ବାଦ’ ହାତରେ । କୋଟିଆ ଗ୍ରାମପୁଞ୍ଜରେ ରହିଥିବା ୬ ଜଣ ଲୋକ ୨୨ଟି ଗାଁରେ ବୁଲି ଯୁଟାଇଛନ୍ତି ସମର୍ଥନ ପତ୍ର । ସେମାନେ ହେଲେ ଆନ୍ଧ୍ରର ସରପଞ୍ଚ ବେତୁରୁ ହେରେକା, ଜେଡ ପି ବିଶୁ ପାଙ୍ଗୀ, ମାଳତୀ ହେରେକା, ଦିବାକର ଗେମେଲ୍ ଓ ବିଶୁ ଗେମେଲ । ଏହି ୬ଜଣଙ୍କ ଧମକରେ କୋଟିଆ ଗ୍ରାମପୁଞ୍ଜରେ ରହିଥିବା ୨୨ଟି ଗାଁର ଲୋକେ ଦେଇଛନ୍ତି ସମର୍ଥନ ପତ୍ର । ନିଆଁ ପାଣି ବାସନ୍ଦ ଦର୍ଶାଇ ଗାଁ ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କଠାରୁ ଏହି ୬ ଜଣ ଲେଖାଇ ନେଇଥିବା ଜଣାପଡିଛି । କେବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ  ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଖାଲି ଏହି ଘଟଣାକୁ ନେଇ ନୁହେଁ, ବିଗତଦିନରେ ଆନ୍ଧ୍ର ଏଜେଣ୍ଟ ଓଡ଼ିଆ ଫକଳ ଭାଙ୍ଗିବା ଘଟଣାରେ ପଟାଙ୍ଗୀ ଥାନାରେ ଅଭିଯୋଗ ଦେଇଥିଲା ବ୍ଲକ ପ୍ରଶାସନ । ଘଟଣାକୁ ଦୁଇ ମାସ ବିତିଥିବାବେଳେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଯଦି କୋଟିଆରେ ଆନ୍ଧ୍ର ପଟୁ ଏହି ପରି ଆଭିମୂଖ୍ୟ ଜାରି ରହେ ଦୁଇ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ସଫଳ ହେବ କି ବୋଲି ଆଶଙ୍କା ଦେଖାଦେଇଛି ।
ତେବେ ସମର୍ଥନ ପତ୍ରକୁ ପ୍ରଦାନକୁୁ ନେଇ ସର୍ବଦଳୀୟ ନେତା  ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଲୋକମାନେ ଆନ୍ଧ୍ର ରେ ମିଶିବା ପ୍ରସଙ୍ଗ ରେ  ତୀବ୍ର ନିନ୍ଦା କରିଛନ୍ତି  ପଟାଙ୍ଗି ବିଧାୟକ ପିତମ ପାଢ଼ୀ । ସାଲୁର ବିଧାୟକ ତାଙ୍କ ମୁଖ୍ୟ ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ଏପରି ଲେଖିଛନ୍ତି ବୋଲି ସେ କହିଛନ୍ତି ।ଅପରପକ୍ଷରେ ସେ ଏପରି ଲେଖିବା ଦ୍ୱାରା ମାନ୍ୟବର କୋର୍ଟ ଓ ଦୁଇରାଜ୍ୟ ର ମୁଖମନ୍ତ୍ରୀ ଙ୍କ ସମ୍ମାନ କୁ ଅବମାନନା କରିଛନ୍ତି ।କୌଣସି ଲୋକ କୋଟିଆ ଛାଡିବେ ନାହିଁ ବୋଲି ସେ କହିଛନ୍ତି ।ତେବେ ଏହି  କାମ କୋଟିଆ ରେ କିଛି ଦଲାଲ  ସାଲୁର ବିଧାୟକଙ୍କ ପ୍ରରୋଚନାରେ କାର‌୍ୟ୍ୟ କରୁଥିବା  ଓ ଏହା ଆନ୍ଧ୍ର ଏଜେଣ୍ଟଙ୍କ ମାଧ୍ୟମରେ ଦାବି ପତ୍ର ସେ  ଲେଖାଇ ନେଇ ଏ ସବୁ କରୁଛନ୍ତି ବୋଲି ବିଧାୟକ କହିଛନ୍ତି ।
କୋଟିଆ ବାସିନ୍ଦା ତଥା ସମାଜ ସେବୀ  ରଞ୍ଜିତ ପାଙ୍ଗି ମତ ରଖିଛନ୍ତି କି – କୋଟିଆ ଅଂଚଳ ବାସିନ୍ଦା କିନ୍ତୁ ଆନ୍ଧ୍ର ନିର୍ବାଚନ ର  ଜିଲାପରିଷଦ ସଭ୍ୟ ,ବିଶୁ ପାଙ୍ଗି ,ଫଗୁଣ ସିନେରି ର ଆନ୍ଧ୍ର ସରପଂଚ ,ବେତରୁ ହାରକା ,ପୂର୍ବତନ ସରପନ୍ଚ ସ୍ୱାମୀ ହିମିରିକା ,ମାଳତୀ ହିମିରିକା , ଲିବିରି ହାରକା ଏପରି ୬ ଜଣ ଆନ୍ଧ୍ରର ଏଜେଣ୍ଟ ଓ ଜନ ପ୍ରତିନିଧି ନିଜେ ନିଜେ ଏପରି ଗତ ମାସରେ ଆନ୍ଧ୍ର ବିଧାୟକ ଙ୍କ ପାଖକୁ ଯାଇ ତାଙ୍କୁ ଖୁସି କରିବା ପାଇଁ ଲେଖିକି ଦେଇଥିଲେ ପରେ ଏ ମାନଙ୍କୁ  ଆନ୍ଧ୍ର ପ୍ରଶାସନ ସମ୍ନାନିତ କରିଥିଲେ । ହେଲେ କୌଣସି ଲୋକ ସାଲୁର ବିଧାୟକଙ୍କ ପାଖକୁ ଯାଇନାହାନ୍ତି, ସେମାନଙ୍କୁ ଡରାଇ ଧମକାଇ ଏପରି କରାଇ ନେଇଛନ୍ତି ବୋଲି ମତ ରଖିଛନ୍ତି ।
କୋରାପୁଟ ଜିଲାର ବରିଷ୍ଠ ଆଦିବାସିନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ ସାଲୁର ବିଧାୟକ ଙ୍କ ମନ୍ତବ୍ୟ ଉପରେ ତୀବ୍ର ନିନ୍ଦା କରିଛନ୍ତି ।ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରିଛନ୍ତି ତାହା ସରକାର ସ୍ପଷ୍ଟ କରିନାହାନ୍ତି ।ଖାଲି ପାଣି ନା ଖଣି ପାଇଁ ହେଲା କୋଟିଆ ବିବାଦ ଆଲୋଚନା ହୋଇଛିକି କି ନାହିଁ ସ୍ପଷ୍ଟ ନ ଥିଲେ ବି ,ସାଲୁର ର ବିଧାୟକ ନିଜ ପଂଚାୟତ ରେ ଫେଲ ମାରିଛନ୍ତି । ତାଙ୍କ ନିଜ ଅଂଚଳର ଲୋକ ଏପଟେ ଓଡ଼ିଶା ରେ ମିଶିବାକୁ ଚାହୁଁଛନ୍ତି,  ତେଣୁ କିଛି ତାଙ୍କର ପଂଚାୟତ ନିର୍ବାଚିତ ପ୍ରତିନିଧି ଓ ଦଲାଲ ଙ୍କୁ ଧରି ସେ ତାଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଖୁସି କରିବା ପାଇଁ ଏ ହୀନ ଉଦ୍ୟମ କରୁଛନ୍ତି ବୋଲି ମତ ରଖିଛନ୍ତି ।କୋଟିୟା ଆମର ଓ କୋଟିଆବାସୀ କୋରାପୁଟ ର ହୋଇକି ରହିବେ ବୋଲି ମତ ରଖିଛନ୍ତି।
ଏ ସମ୍ପର୍କରେ କୋରାପୁଟ ର ପୂର୍ବତନ ଜିଲାପାଳ ଗଦାଧର ପରିଡା,ଯେହେତୁ କଣ ଆଲୋଚନା ହେଲା ଜାଣିନୁ ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କ ନିଜ ଲୋକ ସାଲୁର ବିଧାୟକ ସେ ଜଂଣିଥିବେ କିନ୍ତୁ ଆମର ସର୍ବଦଳୀୟ ସଭା ରେ ଆଗ ମାଟି ପଛେ ପାଟି ତେଣେ ଅସୁବିଧା ହେବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ କୋଟିଆ ଓଡ଼ିଶାର ଅବିଚ୍ଛେଦିଅ ଅଙ୍ଗ । ଏହାକୁ କେହି ଅଲଗା କରିପାରିବେନି । ଯିଏ ଅଲଗା କରିବ ସେ ମାଟିରେ ମିଶିବ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଗେ ତାଙ୍କ ବିଧାୟକଙ୍କୁ ନିୟନ୍ତ୍ରଣରେ ରଖନ୍ତୁ, ଏହାପରେ କୌଣସି ବିଷୟରେ ଆଲୋଚନ ହେବ । ଯେତେବେଳ ଯାଏ ଏହି ଅନୁପ୍ରବେଶ ଓ ହୀନ ଚକ୍ରାନ୍ତ ଶେଷ ହୋଇଛି ସେବେ ଯାଏଁ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଗତ ୪ ଦିନ ହେବ କୋଟିଆ ଗ୍ରାମପୁଞ୍ଚରେ ପ୍ରବଶେ କରି ତେଲଗୁ ଭାଷାରେ ଫଳକ ମାରିଛି ଜଗନ ସରକାର । ଓଡ଼ିଶା ପକ୍ଷରୁ କୋରାପୁଟ ପ୍ରଶାସନ ୨ଟି ସ୍ଥାନରେ ଉପୁଡା ଯାଇଥିବା ଜଣାପଡିଛି । ଆସନ୍ତାଦିନରେ ଏହା ଜାରି ରହିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି ।
The post ସାଲୁର ବିଧାୟକଙ୍କ ୬ ଜଣିଆ ଟିମ୍ କିଏ ? ୨୨ଟିରୁ ୨ଟି ଫଳକ ଭାଙ୍ଗିଛି କୋରାପୁଟ ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/3HrUWyu