
ରସୁଲପୁର : ରସୁଲପୁର ବ୍ଲକ୍ର ପ୍ରମୁଖ ବ୍ୟବସାୟ କେନ୍ଦ୍ର କୁଆଖିଆ ବଜାର ଜାତୀୟ ରାଜପଥ-୧୬ ର ଓଭର ବ୍ରିଜ୍ ତଳେ ଓ ଉଭୟ ପାର୍ଶ୍ବରେ ଥିବା ଫଳ ଦୋକାନଗୁଡ଼ିକୁ ଉଠାଇ ଦିଆଯାଇଛି। ଏଠାରେ ୫୦ରୁ ଅଧିକ ଫଳ ଦୋକାନ ସହିତ ବହୁ ଚା’, ଜଳଖିଆ, ଲସି ଆଦି ବିଭିନ୍ନ ଦୋକାନ ରହିଥିଲା। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରିଆସୁଥିଲେ।
ଏବେ ରାଜପଥ ସଂପ୍ରସାରଣ କାର୍ଯ୍ୟ ପାଇଁ ସେମାନଙ୍କୁ ସେଠାରୁ ଉଠିଯିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୋଟିସ ଜାରି କରିଥିଲେ। ସେମାନଙ୍କୁ ଥଇଥାନ ନକରି ଉଚ୍ଛେଦ କରିବାକୁ କୁହାଯାଇଥିଲେ ମଧ୍ୟ କୌଣସି ପ୍ରତିବାଦ ନକରି ଉଠିଯିବାକୁ ରାଜି ହୋଇଥିଲେ। କେବଳ ବଜାର କମିଟି ମାଧ୍ୟମରେ ଉଚ୍ଛେଦ ପାଇଁ ଅକ୍ଟୋବର ୨୮ ତାରିଖ ବଦଳରେ ନଭେମ୍ବର ୪ ତାରିଖ ଦୀପାବଳି ପର୍ଯ୍ୟନ୍ତ ମହଲତ ମାଗିଥିଲେ। ସେହି ଅନୁସାରେ ଶୁକ୍ରବାର ଦିନ ଓଭର ବ୍ରିଜ୍ କଡରେ ଥିବା ସମସ୍ତ ଫଳ ଓ ଅନ୍ୟାନ୍ୟ ଦୋକାନୀ ସେମାନଙ୍କର ଦୋକାନ ଉଠାଇ ନେଇଛନ୍ତି। ରାସ୍ତା କାମ ସରିଲେ ଯାତାୟାତ ସୁବିଧାକୁ ଦୃଷ୍ଟିଦେଇ ସେମାନଙ୍କୁ ସେହି ସ୍ଥାନରେ ଥଇଥାନ କରିବାକୁ ଉଠା ଫଳ ଦୋକାନୀମାନେ ନିବେଦନ କରିଛନ୍ତି।
The post କୁଆଖିଆ ବଜାର ଓଭର ବ୍ରିଜ୍ ପାର୍ଶ୍ବରୁ ଉଠିଲା ଫଳ ଦୋକାନ first appeared on Sambad.from ଜିଲ୍ଲା | Sambad https://ift.tt/3GVESEQ
0 Comments