
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗୁରୁବାର ରାତିରେ ୨୦ ଲିଟର ଦେଶୀ ମଦ ଓ ପାଉଚ୍ ପ୍ରସ୍ତୁତକାରୀ ମେସିନ ସହ ଜଣକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ କହିଛନ୍ତି ଯେ ଗତକାଲି ଅପରାହ୍ନ ୪ଟା ରୁ ରାତି ୧୦ଟା ମଧ୍ୟରେ ବେଗୁନିଆ, ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା।
ଏହି ଟିମ୍ରେ ସେ ନିଜେ, ବେଗୁନିଆ ଅବକାରୀ ଓଆଇସି, ଖୋର୍ଦ୍ଧା ଏଏସ୍ଆଇ, ପୁଲିସ ବିଭାଗର ୨ଜଣ ଏଏସ୍ଆଇ, ହାବିଲଦାର ସମେତ ୧୪ ଜଣ ଅବକାରୀ ଓ ପୁଲିସ କନ୍ଷ୍ଟେବଲ ଯୋଗ ଦେଇଥିଲେ। ବେଗୁନିଆ ରସୁଲ ଗାଁରୁ ପ୍ରଫୁଲ୍ଲ କୁମାର ମହାପାତ୍ର (୪୭)ଙ୍କୁ ଗିରଫ କରାଯିବା ସହ ତାଙ୍କ ଘରୁ ୨୦ଲିଟର ଦେଶୀ ମଦ, ୫ଟି ପାଉଚ୍ ସିଲ କରିବା ଯନ୍ତ୍ର, ୪ଟି ଖାଲି ବ୍ଲାଡର ଓ ୪ଟି ପଲିଥିନ୍ ପାଉଚ୍ ପ୍ୟାକେଟ୍ ଜବତ କରାଯାଇଛି। ଜବତ ମଦର ମୂଲ୍ୟ ୯ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
The post ୨୦ ଲିଟର ଦେଶୀ ମଦ ଓ ପାଉଚ୍ ପ୍ରସ୍ତୁତ ମେସିନ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/31uHSrr
0 Comments