
ଜୟପୁର: ୧୯୪୬ ମସିହାରେ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି (ପ୍ଲାଟିନମ ଜୁବୁଲି) ଉତ୍ସବ ପାଳନ ପାଇଁ ପୁରାତନ ଛାତ୍ରଙ୍କୁ ନେଇ ଅଧ୍ୟକ୍ଷ ଯୁଧିଷ୍ଠୀର ମଲ୍ଲୀକଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଅଧ୍ୟକ୍ଷ ଲୋକନାଥ ଷଡଙ୍ଗୀ, ବରିଷ୍ଠ ଚିତ୍ରଶିଳ୍ପୀ କେ. ବାଳକୃଷ୍ଣ ସରାଫ, ବିଦ୍ୟାଳୟର ଉପଦେଷ୍ଟା ଦାସ ର୍ମୁମ୍ମୁ ବୈଠକକୁ ପରିଚାଳନା କରିଥିଲେ। ପୂର୍ବତନ ଛାତ୍ର ପଦ୍ମଚରଣ ଚୌଧୁରୀ, ଶ୍ରୀକାନ୍ତ ବାରିକ, ପି. ଶ୍ରିନୀବାସ, ରାଜେନ୍ଦ୍ର ପଟ୍ଟନାୟକ, ସୁରେଶ ନାୟକ, ମନୋଜ ମହାପାତ୍ର ପ୍ରମୁଖ ଭାଗ ନେଇ ମତ ଦେଇଥିଲେ।
ଚାରିଦିନ ଧରି ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ, ଜୟପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା, କଳାଭିତ୍ତିକ ସେମିନାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ମାନଙ୍କୁ ଏହି ଅବସରରେ ଡାକି ଏଥିରେ ସାମିଲ କରାଇବାକୁ ନିଷ୍ପତି ହୋଇଥିଲା। ଡିସେମ୍ବର ଶେଷ ସପ୍ତାହରେ ଏହି ସବୁ କାର୍ଯ୍ୟକ୍ରମ କରାଯିବାକୁ ଧାର୍ଯ୍ୟ କରାଯାଇଛି। ବୈଠକ ପରିଚାଳନାରେ ବିଦ୍ୟାଳୟର କର୍ମଚାରୀ କେ. ସୁନିଲ କୁମାର ସହଯୋଗ କରିଥିଲେ।
The post ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ପାଳନ ନେଇ ପ୍ରସ୍ତୁତି ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/30vHsRB
0 Comments