
ଗାଇସିଲାଟ : ବରଗଡ଼ ଜିଲ୍ଲା ଗାଇସିଲାଟ୍ ବ୍ଲକ୍ ଭୁନ୍ଦୁବାହାଲ-ଚାଣ୍ଟିପାଲି ନିକଟରେ ଶନିବାର ପୂର୍ବାହ୍ଣ ୧୦ଟା ସମୟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଭୁନ୍ଦୁବାହାଲ ଗ୍ରାମର ଲିଙ୍ଗରାଜ ମଲିକ୍ (୩୫) ଓ ପାଣ୍ଡବ ବରିହା (୩୨)। ଦୁର୍ଘଟଣାରେ ଟ୍ରାକ୍ଟର ମାଲିକ ବୃନ୍ଦାବନ ଡନସନା ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୁଲିସ ବିଳମ୍ବରେ ପହଞ୍ଚିବାରୁ ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ସହ ପୁଲିସ୍ ଆଲୋଚନା କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର୍ ଉପଖଣ୍ଡ ହସ୍ପିଟାଲକୁ ପଠାଯାଇଛି। ଗାଇସିଲଟ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ ଭୁନ୍ଦୁବାହାଲ ଗ୍ରାମର ବୃନ୍ଦାବନ ଡନସନାଙ୍କ ଟ୍ରାକ୍ଟରରେ ଏମାନେ ଧାନ ମଡ଼ାଇବା ପାଇଁ ଗାଁରୁ ଯାଉଥିଲେ। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି।
The post ଟ୍ରାକ୍ଟର ଓଲଟି ୨ ଶ୍ରମିକ ମୃତ, ୩ ଆହତ; ଶବ ରଖି ରାସ୍ତା ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3wJAxjo
0 Comments